ନେପାଳରେ ପ୍ରବଳ ବରଫପାତ ମଧ୍ୟରେ ପାଞ୍ଚ ଦିନରେ ଫସି ରହିଥିବା 11 ବିଦେଶୀ ପର୍ଯ୍ୟଟକଙ୍କୁ 9 ଘଣ୍ଟାର ପ୍ରୟାସ ପରେ ଉଦ୍ଧାର କରାଯାଇଛି
କାଠମାଣ୍ଡୁ 1 ନଭେମ୍ବର (ହି.ସ)-ପ୍ରବଳ ବରଫପାତ ଏବଂ ଲଗାତାର ବର୍ଷା ଯୋଗୁଁ ପାଞ୍ଚ ଦିନରେ ମନାଙ୍ଗ ସ୍ଥିତ ତିଲିଚୋ ବେସ କ୍ୟାମ୍ପରେ ଫସି ରହିଥିବା 11 ବିଦେଶୀ ପର୍ଯ୍ୟଟକଙ୍କୁ ସଶସ୍ତ୍ର ପୋଲିସ ବାହିନୀ 9 ଘଣ୍ଟା ଚେଷ୍ଟା ପରେ ସଫଳତାପୁର୍ବକ ଉଦ୍ଧାର କରିଛି।ସଶସ୍ତ୍ର ପୋଲି
ନେପାଳରେ ପ୍ରବଳ ବରଫପାତ ମଧ୍ୟରେ ପାଞ୍ଚ ଦିନରେ ଫସି ରହିଥିବା 11 ବିଦେଶୀ ପର୍ଯ୍ୟଟକଙ୍କୁ 9 ଘଣ୍ଟାର ପ୍ରୟାସ ପରେ ଉଦ୍ଧାର କରାଯାଇଛି


କାଠମାଣ୍ଡୁ 1 ନଭେମ୍ବର (ହି.ସ)-ପ୍ରବଳ ବରଫପାତ ଏବଂ ଲଗାତାର ବର୍ଷା

ଯୋଗୁଁ ପାଞ୍ଚ ଦିନରେ ମନାଙ୍ଗ ସ୍ଥିତ ତିଲିଚୋ ବେସ କ୍ୟାମ୍ପରେ ଫସି ରହିଥିବା 11 ବିଦେଶୀ

ପର୍ଯ୍ୟଟକଙ୍କୁ ସଶସ୍ତ୍ର ପୋଲିସ ବାହିନୀ 9 ଘଣ୍ଟା ଚେଷ୍ଟା ପରେ ସଫଳତାପୁର୍ବକ ଉଦ୍ଧାର କରିଛି।ସଶସ୍ତ୍ର

ପୋଲିସ ବାହିନୀ ମୁଖ୍ୟ ଡିଏସପୀ ଶୈଳେନ୍ଦ୍ର ଥାପାଙ୍କ ଅନୁସାରେ ସଶସ୍ତ୍ର ପୋଲିସ ବାହିନୀ

ମାଉଣ୍ଟେନ ରେସ୍କୁ ଟ୍ରେନିଂ ସ୍କୁଲ (ଏମଆରଟିଏସ)ରୁ ପଠାଯାଇଥିବା ମାଉଣ୍ଟେନ ରେସ୍କୁ ଟିମ

ଏହି ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ଜଣେ

ବ୍ୟକ୍ତିଙ୍କ ଗୋଡରେ ଆଘାତ ଲାଗିଛି।ଏମାନଙ୍କ ମଧ୍ୟରେ ଜଣେ 9 ବର୍ଷର ବାଳକ ଏବଂ ଜଣେ ମହିଳା

ଅସୁସ୍ଥ ଅଛନ୍ତି।ବାକି ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି।ଥାପା କହିଛନ୍ତି ଯେ ସମସ୍ତଙ୍କ ଅମ୍ଲଜାନ

ସ୍ତର କମ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande