ଦ୍ୱିତୀୟ ଦିନରେ ରାଜ୍ୟ ମହିଳା ଫିଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫
କେନ୍ଦ୍ରାପଡ଼ା, ୦୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ର ସହୋଯୋଗ ରେ କେନ୍ଦ୍ରାପଡା ରେ ଚାଲି ଥିବା ଓଡ଼ିଶା ମହିଳା ଫିଡେ ରେଟିଙ୍ଗ ଚେସ ଚାମ୍ପିଅନସିପ -୨୦୨୫ ଦ୍ୱିତୀୟ ଦିନ ର
ଦ୍ୱିତୀୟ ଦିନରେ ରାଜ୍ୟ ମହିଳା ଫିଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫


କେନ୍ଦ୍ରାପଡ଼ା, ୦୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ର ସହୋଯୋଗ ରେ କେନ୍ଦ୍ରାପଡା ରେ ଚାଲି ଥିବା ଓଡ଼ିଶା ମହିଳା ଫିଡେ ରେଟିଙ୍ଗ ଚେସ ଚାମ୍ପିଅନସିପ -୨୦୨୫ ଦ୍ୱିତୀୟ ଦିନ ରେ ପହଞ୍ଚିଛି।ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଯୋଗ ଦେଇଥିବା ବେଳେ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ କିଶୋର ପଣ୍ଡା,ସମ୍ପାଦକ ଭବେଶ୍ ମହାନ୍ତି,କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ, ଉପସଭାପତି ଲଲାଟ କେଶରୀ ସାମଲ, ବିଜେପି ନେତା ଅମିତାଭ ସୁଆର, ମାଷ୍ଟର ଚେସ ଫାଉଣ୍ଡେସନ ର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ଉପସ୍ଥିତ ଥିଲେ। ଏହି ଅବସର ରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜ ସେବୀ ଚିତରଞ୍ଜନ ବିଶ୍ୱାଳ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ବିଭୁ ପ୍ରସାଦ ଜେନା, କେନ୍ଦ୍ରାପଡା ଚେସ ଆସୋସିଏସନ୍ ର ଉପସଭାପତି ଡ ଅମରେଶ ସାହୁ ଏବଂ ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ନଗେଶ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଥାଉକି ଚାରିଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୦ ଜଣ ମହିଳା ଖେଳାଳି ବିଭିନ୍ନ ଜିଲ୍ଲାରୁ ଭାଗନେଇଛନ୍ତି। ଯେଉଁ ଥୀରେ କେନ୍ଦ୍ରାପଡା ର ଝିଅ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ସୋର୍ଣ୍ଣ ପଦକ ବିଜେତା ସ୍ମାରକୀ ମହାନ୍ତି, ଏସିଆ କପ୍ ବିଜେତା ଖୋର୍ଦ୍ଧାର ୟାସିତା ରାଉତ, ୟୁନିଭର୍ସଟି ଚାମ୍ପିଅନ କଟକ ର ଗୀତାଶ୍ରୀ ବିଶ୍ୱାଳ, ଆନ୍ତର୍ଜାତିକ ଖେଳାଳି ଜୟଲକ୍ଷ୍ମୀ ସାହୁ, ନୈନିକ ସାହୁ, ଜ୍ୟୋତିକ ସାହୁ,ଉମା ଦଳପତି, ନିଭ୍ରୀତା ପଟ୍ଟନାୟକ,ହରପ୍ରିୟା ବସନ୍ତିଆ,ସୃଜନୀ ଷଡ଼ଙ୍ଗୀ,ଅର‌୍ୟା ମହାନ୍ତି,ପ୍ରୀତି ପୁଷ୍ପ ପଣ୍ଡା,ବନିତା ସାମଲ,ସ୍ନେହସ୍ମିତ ରାମ,ବିରୁଆ ଯୁନୁ, ସୁଚିଶ୍ମିତା ପ୍ରିୟଦର୍ଶିନୀ,ବିଷ୍ଣୁ ପ୍ରିୟା ପ୍ରଧାନ,ଶ୍ରେୟଂଶି ଛୋଟରାୟ,ସୁଶ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ,ବୈଶାଖୀ ରାଉତ, ପ୍ରଜ୍ଞସ୍ରୀ ସାହୁ,ସନଭି ହୁଡା, ରିତାଞ୍ଜଳି ନାୟକ,ପ୍ରତିଜ୍ଞା ପ୍ରିୟଦର୍ଶିନୀ ବାରିକ୍‌,ପ୍ରିୟଙ୍କା ମାରାଣ୍ଡି,ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ଶିଖା ମଜୁମଦାର,ରେଶ୍ମଶ୍ରୀ ଦାସ,ମନୁଷ୍ରୀ ନାୟକ୍‌,ସ୍ମୃତି ରେଖା ରାଉତ,ଶିବାନୀ ସାହୁ ପ୍ରମୁଖ ସୁନାମଧନ୍ୟ ଖେଳାଳି ଭାଗନେଇଛନ୍ତି।ଖେଳର ସୁ ପରିଚାଳନା ପାଇଁ ଶ୍ରୀମତୀ ପିଙ୍କି ମହାପାତ୍ର ଚିଫ ଅର୍ବିଟର , ଡେପୁଟି ଆର୍ବିଟର ଭାବେ ଅଭିଷେକ ଆଚାର୍ଯ୍ୟ, ନମ୍ୱଲା ରବିକୁମାର ଦାୟିତ୍ୱ ନେଇଥିବା ବେଳେ ଆସୋସିଏସନ୍ ର ଅନ୍ୟତମ ଉପସଭାପତି ଅମରେଶ ସାହୁ, କୋଷାଧ୍ୟକ୍ଷ ନାରାୟଣ ଦାସ,କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଛନ୍ତି।ଆସନ୍ତା ନଭେମ୍ବର ୩ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ ଏହା ଉଦଯାପିତ ହେବ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande