
ଭକ୍ତଙ୍କୁ ଦର୍ଶନ କରିବା ନାମରେ ଅର୍ଥ ଆଦାୟ କରୁଥିବା ୪ ଯୁବକ ଗିରଫ
ପୁରୀ,, 1 ନଭେମ୍ବର (ହି.ସ.) ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଓ ବଡଦାଣ୍ଡରେ ଶନିବାର ୪ ଜଣ ଯୁବକ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ନାମରେ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଖବର ପାଇ ସିଂହଦ୍ଵାର ଦ୍ବାର ପୋଲିସ ଗିରଫ କରିଛି । ତାଙ୍କ ନାମରେ ସିଂହଦ୍ଵାର ଥାନାରେ ମାମଲା ନମ୍ବର ୧୯୬/୨୫ ରୁଜୁ ହୋଇଛି । ଅଭିଯୁକ୍ତ ଯୁବକ ମାନେ ହେଲେ ପେଣ୍ଠକଟା ମେରାଇନ ଥାନା ବାଲିଘାଟ ଅଞ୍ଚଳର ପ୍ରଭାତ କୁମାର ଦାସ (୨୭), ବାସେଳୀ ସାହିର ଜ୍ଞାନରଞ୍ଜନ ପୁରୋହିତ (୨୯),ମିଶ୍ର ସାହିର ସଂଗ୍ରାମ ମହାନ୍ତି (୩୦) ଓ ଲୋକନାଥ ରୋଡର ଅଂଶୁ ଜେନା (୧୯) ଏମାନେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଓ ବଡଦାଣ୍ଡରେ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏମାନଙ୍କ ଉପରେ ନଜର ରଖିଥିଲା । ଯେଉଁ ଭକ୍ତ ଏମାନଙ୍କୁ ଟଙ୍କା ଦେବାକୁ ମନା କରୁଥିଲେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଚମକ ଦେଉଥିଲେ । ସେମାନଙ୍କ ଠାରୁ ପୋଲିସ ୮୧୦ ଟଙ୍କା ଜବତ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ