
ମୁମ୍ବାଇ 1 ନଭେମ୍ବର (ହି.ସ)-ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ
(ଡିଆରଆଇ)ର ଟିମ ମୁମ୍ବାଇଏୟାରପୋର୍ଟରେ
ସ୍ୱତନ୍ତ୍ର ଅଭିଯାନ ସମୟରେ 4.7 କିଲୋଗ୍ରାମ କୋକିନ ଜବତ କରାଯାଇଛି।ଆନ୍ତର୍ଜାତୀୟ ବଜାରରେ ଏହି
କୋକିନର ମୁଲ୍ୟ 47କୋଟି ଟଙ୍କା ଆକଳନ
କରାଯାଇଛି।ଏହି ମାମଲାରେ ତଦନ୍ତ ଡିଆରଆଇର ଟିମ କରୁଛି।ଡିଆରଆଇଅଧିକାରୀ ଶନିବାର କହିଛନ୍ତି ଯେ ମୁମ୍ବାଇ ଏୟାରପୋର୍ଟ
ରୁ ନିଶା ପଦାର୍ଥ ଚୋରାଚାଲାଣକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।ଏହି
ଅଭିଯାନରେ ଡିଆରଆଇର ଟିମ କଲମ୍ବୋରୁ ଆସିଥିବା ଏକ ମହିଳା ଯାତ୍ରୀକୁ ମୁମ୍ବାଇ ଏୟାରପୋର୍ଟରେ
ଅଟକାଯାଇଥିଲା।ତାଙ୍କ ଲଗେଜର ଯାଞ୍ଚ ସମୟରେ କଫି ପାଉଡରର ନଅଟି ପ୍ୟାକେଟରେ ଧଳା ରଙ୍ଗରପଦାର୍ଥ ଲୁଚାଇ ରଖାଯାଇଥିବା ଜଣାପଡିଥିଲା।ଏହା ପରେ ମହିଳାଙ୍କୁ
ଗିରଫ କରାଯାଇଛି।ତାଙ୍କୁ ପଚରାଉଚରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଶୁକ୍ରବାର ରାତିରେଗିରଫ କରାଯାଇଛି।ଏହି ମାମଲାରେ ନାରକୋଟିକ
ଡ୍ରଗ୍ସଏଣ୍ଡ ସାଇକୋଟ୍ରୋପିକ ସବ୍ସଣ୍ଟେସ
(ଏନଡିପୀଏସ) ଆଇନ ,1985 ଅନୁଯାୟୀ ମୋଟ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ପୋଲିସ ମାମଲାର ତଦନ୍ତ
କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା