୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ଉଦଯାପିତ
ଖୋର୍ଦ୍ଧା ନଭେମ୍ବର (ହି.ସ.),ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୋରକାରା ( ନିଦ୍ଦେର୍ଶକ, ମାଧ୍ୟମିକ ଶିକ୍ଷା, ଓ
ସତରଞ୍ଜ


ଖୋର୍ଦ୍ଧା ନଭେମ୍ବର (ହି.ସ.),ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୋରକାରା ( ନିଦ୍ଦେର୍ଶକ, ମାଧ୍ୟମିକ ଶିକ୍ଷା, ଓଡ଼ିଶା) ଯୋଗ ଦେଇ କହିଲେ ଯେ ଚଳିତ ଥର ଏହିଠାରୁ ଜାତୀୟ ସ୍ତରରେ ନିର୍ବାଚିତ ହୋଇଥିବା ପ୍ରତିଯୋଗିମାନେ ତ୍ରିପୁରା , ଅଗରତାଲା କୁ ଏଥର ନୂଆ କରି ବିମାନରେ ଯିବା ଆସିବା କରିବେ। ଯାହା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ । ପରେ ପରେ ଅତିଥି ଭାବେ ଜ୍ୟୋତି ପ୍ରସାଦ ପରିଡା

ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା), ମାଧ୍ୟମିକ ଶିକ୍ଷା, ଓଡ଼ିଶା ବିବରଣୀ ପଠନ କରି କହିଲେ ଯେ ସତରଞ୍ଜ ଜାତୀୟ ସ୍ତରରେ ବିବେଚିତ ହୋଇଥିବା ୫ ଜଣ ବାଳକ ଓ ୫ ଜଣ ବାଳିକା ପ୍ରତିଯୋଗୀମାନଙ୍କର ନାମ ଘୋଷଣା କରିଥିଲେ ।୫ ଜଣ ବାଳକ ବିଭାଗରେ ପ୍ରଥମରେ କ୍ଷେତ୍ରବର ମାଝୀ (ଭୁବନେଶ୍ୱର), ଦ୍ୱିତୀୟରେ ଚେମରୁ ହେମ୍ବ୍ରମ୍ (ଭୁବନେଶ୍ୱର), ତୃତୀୟରେ ଆଦିତ୍ୟ ପଟ୍ଟନାୟକ (ପୁରୀ), ଚତୁର୍ଥରେ ବିଶାଲ ଜ୍ୟୋତି ପଣ୍ଡା (ଗଞ୍ଜାମ) , ପଞ୍ଚମରେ ଆଶୁତୋଷ ଖୁଣ୍ଟିଆ (କେନ୍ଦୁଝର)। ସେହିପରି ବାଳିକା ବିଭାଗରେ ୫ ଜଣ ପ୍ରଥମରେ ନିର୍ମଳା କୁଲେର (ଭୁବନେଶ୍ୱର), ଦ୍ୱିତୀୟରେ ପ୍ରତ୍ୟାଷା ରାଣୀ କର (ଗଞ୍ଜାମ) , ତୃତୀୟରେ ଜୟିତା ବେହେରା (କଟକ) , ଚତୁର୍ଥରେ ଭାଗ୍ୟ ଶ୍ରୀ ସିଂହ ( ସୁନ୍ଦରଗଡ଼) ଓ ପଞ୍ଚମରେ ବବିତା ଡୋରା (କଳାହାଣ୍ଡି) ।ପରେ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସଭାପତି ସୋନାମିକା ରାୟ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ଓ ବିଜୟ ବେହେରା ଓ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାନ୍ଞସେନି ସାହୁ ପ୍ରମୁଖ ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଜେବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ମଞ୍ଚ ପରିଚାଳନା କରିଥିଲେ ନିରଞ୍ଜନ ଶତପଥୀ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମୁଦି ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande