
ଭଦ୍ରକ, ୧ ନଭେମ୍ବର (ହି.ସ.) - ଧର୍ମର ମାସ କାର୍ତିକମାସ ଅବସରରେ ଶନିବାର ଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପଂଚୁକ ବତ୍ର। ପଂଚୁକ ବ୍ରତ ଠାରୁ ରାହାସ ପୂର୍ଣ୍ଣିମା ଯାଏଁ ମଧ୍ୟାହ୍ନ ଧୂପରେ ପଂଚାନନ ବେଶରେ ଦର୍ଶନ ଦେବେ ବାବାମଣି। ତାହାସହ ରାହାସ ପୂର୍ଣ୍ଣିମା ଦିନ ଭୋର ସମୟରେ ହଭିଷାଳୀ ଭକ୍ତ ବାବାଙ୍କ ପୂଣ୍ୟତୋୟା ଶି୍ୱଗଙ୍ଗା ପୁଷ୍କରିଣୀରେ ବୁଡ ପକାଇବା ସହ ବୋଇତ ଭସାେଇବ। ପରେ ଚଉଁରା ମୂଳରେ କାର୍ତିକ ମହାତ୍ମ୍ୟ ପଠନ ସହ ଆକାଶ ଦୀପ ପ୍ରଜ୍ୱଳିତ କରିବେ। ଅନ୍ୟପଟେ ବାବାଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସହ ବାବାଙ୍କୁ ହରଗୌରୀ ବେଶରେ ସଜ୍ଜିତ କରାଯିବ। ସେହିପରି ଅଁଳା ନବମୀ ଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ପ୍ରାଙ୍ଗଣରେ ଭାଗବତ ସପ୍ତାହ ସହ ଜଗନ୍ନାଥଙ୍କ ମଣ୍ଡପରେ ଭାଗବତ ପଠନ ସହ ରୀତିନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ