ମନ୍ଦିରରେ ଦଳାଚକଟା ଘଟଣାରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ କହିଲେ , ଆୟୋଜକମାନେ କରିନଥିଲେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା
ଶ୍ରୀକାକୁଲମ, ୧ ନଭେମ୍ବର (ହି.ସ.)- ଶ୍ରୀକାକୁଲମ ଜିଲ୍ଲାର କାସିବୁଗାରେ ଥିବା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଉପରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଅନମ ରାମ ନାରାୟଣ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ଘଟଣା ବିଷୟରେ ବିସ୍ତୃତ
ମନ୍ଦିରରେ ଦଳାଚକଟା ଘଟଣାରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ କହିଲେ , ଆୟୋଜକମାନେ କରିନଥିଲେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା


ଶ୍ରୀକାକୁଲମ, ୧ ନଭେମ୍ବର (ହି.ସ.)- ଶ୍ରୀକାକୁଲମ ଜିଲ୍ଲାର କାସିବୁଗାରେ ଥିବା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଉପରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଅନମ ରାମ ନାରାୟଣ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ଘଟଣା ବିଷୟରେ ବିସ୍ତୃତ ସୂଚନା ମାଗିଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରି ମନ୍ତ୍ରୀ ଅନାମ ଦଳାଚକଟାରେ ଆହତମାନଙ୍କୁ ଉତମ ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣ୍ଡାଓମେଂଟ ବିଭାଗର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଶ୍ରୀକାକୁଲମ ଅଭିମୁଖେ ଯାଇଛନ୍ତି।

ମନ୍ତ୍ରୀ ଅନାମ ରାମ ନାରାୟଣ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ମନ୍ଦିରରେ ଦଳାଚକଟା ଘଟିଛି ତାହା ଏଣ୍ଡାଓମେଂଟ୍ସ ବିଭାଗର ଅଧିକାର କ୍ଷେତ୍ର ନୁହେଁ। ଏହା ଏକ ସମ୍ପୂର୍ଣ୍ଣ ଘରୋଇ ମନ୍ଦିର। ସେ କହିଛନ୍ତି ଯେ ଆୟୋଜକମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରି ନାହାଁନ୍ତି ଏବଂ ସରକାରଙ୍କୁ ମଧ୍ୟ ଜଣାଇ ନାହାଁନ୍ତି। ସେ କହିଛନ୍ତି ଯେ ଯଦି ସେମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥାନ୍ତା, ତେବେ ସେମାନେ ଉପଯୁକ୍ତ ସତର୍କତା ଅବଲମ୍ବନ କରିଥାନ୍ତେ। ଏହି ଦଳାଚକଟା ଦୁଃଖଦ ପୁର୍ଣ ଅଟେ । ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଦୁଃଖଦ ଘଟଣା। ଆମେ ପୀଡିତମାନଙ୍କୁ ସର୍ବୋତମ ଚିକିତ୍ସା ସେବା ଯୋଗାଇ ଦେଉଛୁ।

--------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande