ଉଡାନ ଭବନରେ କ୍ରେଚ୍ ସୁବିଧାର ଉଦ୍ଘାଟନ କଲେ ବିମାନ ଚଳାଚଳ ମନ୍ତ୍ରୀ
ନୂଆଦିଲ୍ଲୀ, ୧ ନଭେମ୍ବର (ହି.ସ.)- କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ନୂଆଦିଲ୍ଲୀର ଉଡାନ ଭବନରେ ଏକ କ୍ରେଚ୍ ସୁବିଧା ଉଦ୍ଘାଟନ କରିଛନ୍ତି । ଏହି ସୁବିଧା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏହାର ଅଧୀନସ୍ଥ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି,
ଉଡାନ ଭବନରେ କ୍ରେଚ୍ ସୁବିଧାର ଉଦ୍ଘାଟନ କଲେ ବିମାନ ଚଳାଚଳ ମନ୍ତ୍ରୀ


ନୂଆଦିଲ୍ଲୀ, ୧ ନଭେମ୍ବର (ହି.ସ.)- କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ନୂଆଦିଲ୍ଲୀର ଉଡାନ ଭବନରେ ଏକ କ୍ରେଚ୍ ସୁବିଧା ଉଦ୍ଘାଟନ କରିଛନ୍ତି । ଏହି ସୁବିଧା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏହାର ଅଧୀନସ୍ଥ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି, ଯାହା ସେମାନଙ୍କୁ ସେମାନଙ୍କର ଛୋଟ ପିଲାମାନଙ୍କର ଯତ୍ନ ନେବା ବିଷୟରେ ଚିନ୍ତା ନକରି କାମ କରିବାକୁ ସକ୍ଷମ କରିଥାଏ । ଏହି କ୍ରେଚ୍ ଛଅ ମାସରୁ ଛଅ ବର୍ଷ ବୟସର ପିଲାମାନଙ୍କ ପାଇଁ ନିୟମିତ ଯତ୍ନ, ପୁଷ୍ଟିସାର, ଖେଳ, ପ୍ରାରମ୍ଭିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ସହିତ ସଜ୍ଜିତ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ, ଏହି କ୍ରେଚ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ), ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ), ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ), ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି), ଏବଂ ବିମାନ ଆର୍ôଥକ ନିୟାମକ ପ୍ରାଧିକରଣ (ଏଇଆରଏ) ର କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ସୁବିଧା ଭୂତଳରେ ଏକ ସୁରକ୍ଷିତ ସ୍ଥାନରେ ସ୍ଥାପିତ ହୋଇଛି, ଯେଉଁଠି ସିସିଟିଭି କ୍ୟାମେରା ଏବଂ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande