
ଭଦ୍ରକ, ୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାରୋ ପଂଚାୟତ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି ।ଏହି ଅବସରରେ ପଂଚାୟତ ସଭାପତି ନରହରି ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଧ୍ରୁବ ଚରଣ ସାମନ୍ତରାୟ ମହାପାତ୍ର,ବଂଶୀଧର ଦାସ,କାହ୍ନୁ ଚରଣ ଦାସ,ବତାସୀ ମହାଳିକ,କୃପାସିନ୍ଧୁ ନାୟକ,ଅଞ୍ଜନ ମହାଳିକ,କଳାକାର ମୁଦୁଲି,ରଞ୍ଜନ ନାୟକ,ଭାସ୍କର ମହାପାତ୍ର,ଚନ୍ଦ୍ରମଣି ନାୟକ,ଅଜୟ ନାୟକ ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମକଲେ ଦଳର ଉନ୍ନତି ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତର ବିଭିନ୍ନ ୱାର୍ଡରୁ ଦଳର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିବାବେଳେ ସଂକଳ୍ପ ଦିବସ ଉପଲକ୍ଷେ ରାମଧୂନ ଓ ଭଜନ ପରିବେଷଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ