ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡା ବେଲଟୁକୁରି ପଂଚାୟତର ସଭାପତି
ନୂଆପଡ଼ା / ଭୁବନେଶ୍ୱର, ୦୧ ନଭେମ୍ବର (ହି.ସ)- ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଜେପି ରେ ସାମିଲ ହେଉଛନ୍ତି। ଶନିବାର ନୁଆପଡା ବେଲ
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡା ବେଲଟୁକୁରି ପଂଚାୟତର ସଭାପତି


ନୂଆପଡ଼ା / ଭୁବନେଶ୍ୱର, ୦୧ ନଭେମ୍ବର (ହି.ସ)- ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଜେପି ରେ ସାମିଲ ହେଉଛନ୍ତି।

ଶନିବାର ନୁଆପଡା ବେଲଟୁକୁରି ବିଜେଡି ପଞ୍ଚାୟତ ସଭାପତି ବଳରାମ ଚନ୍ଦେକର ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେପି ରେ ସାମିଲ ହୋଇଛନ୍ତି । ନୂଆପଡ଼ା ବିଜେପି କାର୍ଯ୍ୟାଳୟ ରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୁର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ ଉପସ୍ଥିତ ରହି ବିଜେପି ଉତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଜେପି ର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ କୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରନ୍ତୁ ବୋଲି ନୂତନ ଭାବେ ବିଜେପି ରେ ସାମିଲ ହୋଇଥିବା କର୍ମୀ ଙ୍କୁ ଶ୍ରୀ ତୋମାର ଆହ୍ୱାନ ଦେଇଥିଲେ ।

ଏହି ମିଶ୍ରଣ ପର୍ବ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପେନାଲିଷ୍ଟ୍ ମନସ ରଞ୍ଜନ ବକ୍ସି, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ଧର୍ମପତ୍ନୀ ସୁମନ ଢୋଲକିଆ,ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ,ଦେବ ଦର୍ଶନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande