ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା
ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ସକାଳ ପ୍ରହରରୁ ଚଳଚଞ୍ଚଳ ହୋଇ ଉଠିଥିଲା ବଲାଙ୍ଗିର। ବିଭିନ୍ନ ସାଂସ୍କୃତିକ ଦଳ ଜମା ହୋଇ ପ୍ରସ୍ତୁତ ହେଉଥିଲେ ସାଂସ୍କୃତିକ ଶୋଭାଯାତ୍ରା ପାଇଁ । ଦିନ ୧୧ଟା ବେଳେ ଆରମ୍ଭ ହୋଇଥଲା କଳା ମଣ୍ଡଳରୁ ସାଂ
ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା


ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା


ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା


ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା


ବଲାଙ୍ଗିର ଦିନ ଆରମ୍ଭ ସାଂସ୍କୃତିକ ଶୋଭାଯାତ୍ରାରେ ଦୂଲ୍ କିଲା ରାସ୍ତା


ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ସକାଳ ପ୍ରହରରୁ ଚଳଚଞ୍ଚଳ ହୋଇ ଉଠିଥିଲା ବଲାଙ୍ଗିର। ବିଭିନ୍ନ ସାଂସ୍କୃତିକ ଦଳ ଜମା ହୋଇ ପ୍ରସ୍ତୁତ ହେଉଥିଲେ ସାଂସ୍କୃତିକ ଶୋଭାଯାତ୍ରା ପାଇଁ । ଦିନ ୧୧ଟା ବେଳେ ଆରମ୍ଭ ହୋଇଥଲା କଳା ମଣ୍ଡଳରୁ ସାଂସ୍କୃତିକ ଯାତ୍ରା। ଢୋଲ ନିଶାନ ତାସା ବଜାଇ ରସର କେଲି ମାଇଲା ଜଡ ଗିତ ଆବୃତି କରି ଝିଅ ମାନେ ପାରମ୍ପରିକ ବେଶ ପୋଷାକରେ ନାଚଗୀତ କରୁଥିଲା ବେଳେ, ବିଭିନ୍ନ ଘଣ୍ଟପାର୍ତି ଦଳ, ଦିଜେ ବାଦ୍ୟ ରେ ପ୍ରକମ୍ପିତ ହେଉଥିଲା ରାସ୍ତା ତାଳେ ତାଳେ ନାଚଗୀତ କରି କଳାକାର ମାନେ ନିଜର ନୃତ୍ୟ ନିପୁଣତା ଦେଖାଇଥିଲେ। ସହର ତମାମ ଉତ୍ସବ ମାହୋଲ ସୃଷ୍ଟି କରିଥିଲେ। ଜିଲ୍ଲାର କଳାକାର ମାନଙ୍କ ସମେତ ଦିବସ ପାଳନ କମିଟି ଆବାହକ ଗୋପଲ୍ଜି ପାଣିଗ୍ରାହୀ, ବିଧୁ ଭୂଷଣ ତ୍ରିପାଠୀ ଲୋଟସ ଷଡ଼ଙ୍ଗୀ ସମେତ ଆୟୋଜକ କମିଟି ସଦସ୍ୟ ସଦସ୍ୟା ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ନଗର ପରିକ୍ରମା କରିଛନ୍ତି। ସନ୍ଧ୍ୟାରେ ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନ୍ୟାନ୍ୟ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସଭା ହୋଇ ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କୃତି ମାନଙ୍କୁ ପୁରସ୍କାର ବିତରଣ ସମେତ ବିଭିନ୍ନ ବର୍ଗର ବିଶେଷ ମାନଙ୍କୁ ସମ୍ମାନିତ କରାଯିବ। ଜିଲ୍ଲାର କଳାକାର ସାଂସ୍କୃତିକ ଦଳ ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। କଳାକାର ଲୁକୁ ସୁନା ଦଳ ସଙ୍ଗୀତ କାର୍ଯକ୍ରମ ପରିବେଷଣ କରିବେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande