
ଜୟପୁର, ୧ ନଭେମ୍ବର (ହି.ସ.)- ଜୟପୁର ବନଖଣ୍ଡର ବୋରିଗୁମ୍ମା ବ୍ଲକରେ କିଛି ଦିନ ହେବ ଭାଲୁ ଆତଙ୍କ ବୃଦ୍ଧି ପାଇଛି। ବିସିଂହପୁର ଓ ସେମାଳାଗୁଡା ଅଞ୍ଚଳରେ ସନ୍ଧ୍ୟା ହେବାକ୍ଷଣି ୪ଟି ଭାଲୁ ରାସ୍ତା ଉପରେ ବୁଲୁଛନ୍ତି। ଏତିକି ବେଳେ ଗତକାଲି ରାତିରେ ମାଲଦା ଗାଁ ର ହନୁମାନ ମନ୍ଦିରରେ ତିନୋଟି ଭାଲୁ ପଶି ଘଣ୍ଟା ଘଣ୍ଟା ଧରି ବୁଲୁଥିବାର କିଛି ଲୋକେ ଦେଖିଛନ୍ତି । ନିଜ ମୋବାଇଲରେ ତାହାର ଭିଡିଓ ବି ଉତ୍ତୋଳନ କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି