ଭୋଜପୁର ଫରେଷ୍ଟ ଅଫିସରେ ମାଁ ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା
ଭୋଜପୁର ଫରେଷ୍ଟ ଅଫିସରେ ମାଁ ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା
ଭୋଜପୁର ଫରେଷ୍ଟ ଅଫିସରେ ମାଁ ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା


ଭୋଜପୁର ଫରେଷ୍ଟ ଅଫିସରେ ମାଁ ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା


ସମ୍ବଲପୁର, ୦୧ ନଭେମ୍ବର (ହି.ସ.)ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅନ୍ତର୍ଗତ ଜମନକିରା ରେଞ୍ଜ ଭୋଜପୁର ଫରେଷ୍ଟ କାର୍ଯ୍ୟାଳୟ ପରିସରରେ ଆଜି ମାଁ ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା ସରୁଖୁରୁରେ ପାଳନ ହୋଇଯାଇଛି l ମା ଜଗଧାତ୍ରୀଙ୍କ ପୂଜାର୍ଚ୍ଚନା ସମୟରେ ପୂଜକ ଭାବେ ନୀଳାଞ୍ଚଳ ପାଣିଗ୍ରାହୀ ରହିଥିବା ବେଳେ କର୍ତ୍ତା ଭାବରେ ଜମନକିରା ରେଞ୍ଜର ଲଷ୍ମୀନାରାୟଣ ନାୟକ ଏବଂ ତାଙ୍କ ସହଧର୍ମିଣୀ ତ୍ରିବେଣୀ ନାୟକ ଉପସ୍ଥିତ ରହି ପୂଜା ସମ୍ପନ୍ନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବାମରା ଡିଏଫଓ ବିକ୍ରମ ନାଥ ପଟ୍ଟନାୟକ, କୁଚିଣ୍ଡା ରେଞ୍ଜର ଲେଖାରଣୀ ମହାନନ୍ଦ, ବାମରା ରେଞ୍ଜର ଦୀପକ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ପୂଜା ସମ୍ପନ୍ନ କରିବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଏହି ପୂଜାରେ ସ୍ଥାନୀୟ ଅଞ୍ଚଳର ଅନେକ ମାନ୍ୟଗଣ ବ୍ୟକ୍ତି ତଥା ଅନେକ ଶ୍ରଦ୍ଧାଳୁ ଭକ୍ତ ଆସି ମାଁ'ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ପୂଜାରେ ସହଯୋଗ କରିଥିଲେ l ଏହି ଅବସରରେ ଜମନକିରା ରେଞ୍ଜ ଅଧିନସ୍ଥ ଫୋରେଷ୍ଟର ହେମନ୍ତ କୁମାର ମିଶ୍ର, ଶିଶିର ସାମଲ, ଦୁବରାଜ ଗୁଞ୍ଜୁ, ଅଭିନ ସୁନ୍ଦର ବାଘ, ଚନ୍ଦ୍ର ଶେଖର ଭୋଇ ବିରଞ୍ଚି ପଧାନ, ସୂରିତା ମାଝୀ, ଜୟଦେବ ବାରିକ, ସୁଜିତ ପଟେଲ, ବଇଯାନ୍ତି ନାଏକ, ଫୋରେଷ୍ଟ ଗାର୍ଡ ରୀନା ନାଏକ, ଇନ୍ଦ୍ରାଣୀ ସ୍ୱାଇ, ଜୟନ୍ତୀ ରାମଜାନ, କ୍ଷୀରୋଦିନୀ ରଣା, ସୁଜାତା ପଟେଲ, ଝିଲି ପଟେଲ, ମିନା ଜୟପୁରିୟା, ଅର୍ଚ୍ଚନା ମାକରଙ୍କ ସହ ଜମନକିରା ରେଞ୍ଜର ସମସ୍ତ ଫରେଷ୍ଟ ୱାଚାର ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande