କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାଘଦେରୀ ଗ୍ରାମପଂଚାୟତ ର ଡାଙ୍ଗରପଲ୍ଲୀ କୁ ଅଲଗା ନୂତନ ପଂଚାୟତ ରୂପେ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଜୟପୁର, ୧ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାଗଦେରୀ ପଂଚାୟତରୁ ବିଭାଜନ କରି ଡାଙ୍ଗରପଲ୍ଲୀ କୁ ନୂତନ ଗ୍ରାମପଂଚାୟତ ରୂପେ ଗଠନ କରିବା ପାଇଁ ଆଜି ପ୍ରାୟ ୧୦ଟି ଗ୍ରାମର ସହ ସହ ଲୋକ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟା
କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାଘଦେରୀ ଗ୍ରାମପଞ୍ଚାୟତ ର ଡାଙ୍ଗରପଲ୍ଲୀ କୁ ଅଲଗା ନୂତନ ପଞ୍ଚାୟତ ରୂପେ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର


ଜୟପୁର, ୧ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାଗଦେରୀ ପଂଚାୟତରୁ ବିଭାଜନ କରି ଡାଙ୍ଗରପଲ୍ଲୀ କୁ ନୂତନ ଗ୍ରାମପଂଚାୟତ ରୂପେ ଗଠନ କରିବା ପାଇଁ ଆଜି ପ୍ରାୟ ୧୦ଟି ଗ୍ରାମର ସହ ସହ ଲୋକ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ଗସ୍ତ କରି ଅଭିଯୋଗ କରିଛନ୍ତି ଯେ ଗ୍ରାମବାସୀମାନେ ବାଘଦେରୀ ପଂଚାୟତର ଡାଙ୍ଗରପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ଠାରୁ ୩୦ରୁ ୪୦ କିଲୋମିଟର ଦୂର ରହିଥିବାରୁ ସରକାରୀ ଯୋଜନା ଏଠାରେ ଠିକସେ କାର୍ଯ୍ୟକାରି ହୋଇପାରୁନି ପେନସନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଲାଭ କରିବାରେ ଅସୁବିଧା ହେଉଛି। ଗ୍ରାମ ସମସ୍ୟା ନେଇ ଅଭିଯୋଗ କିମ୍ବା ପ୍ରସ୍ତାବ ଦେବାକୁ ମଧ୍ୟ ଏତେ ଦୂର ଯିବା କଷ୍ଟ ହେଉଥିବାରୁ ଲୋକେ ଅସନ୍ତୁଷ୍ଟ ହେଉଛନ୍ତି ଏ ନେଇ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ନୂତନ ପଂଚାୟତ ଗଠନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ବିଚାର କରି ସରକାର ନିକଟକୁ ପଠାଇବା ଆଶ୍ୱାସନ ଦେଇଥିବା କହିଛନ୍ତି ଗ୍ରାମବାସୀ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande