
ଭୁବନେଶ୍ୱର, ୦୧ ନଭେମ୍ବର (ହି.ସ)- ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍ ଜଣେ ଅଭିଯୁକ୍ତକୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ମୃତକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିଲା । ହତ୍ୟାରେ ବ୍ୟବହାର କରିଥିବା ଅଭିଯୁକ୍ତର ସାମଗ୍ରୀ ଜବତ କରିଛି ପୋଲିସ। ପୋଲିସ ଏହି ଘଟଣାରେ କାଲି ୪ ଜଣଙ୍କୁ ଅଟକ ରଖିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା