୧୦ ଦଫା ଦାବି ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୧ ନଭେମ୍ବର (ହି.ସ.)- ଶିକ୍ଷା ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନେ ନିଷ୍ପେସିତ ଅବହେଳିତ ଅବସ୍ଥାରେ ରହୁଥିବା ଯୋଗୁଁ ସେମାନେ ବାରମ୍ବାର ସଂଘ ର ଦୃଷ୍ଟି ଆକର୍ଷଣ କରିଥିଲେ lଏ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍
୧୦ ଦଫା ଦାବି ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, ୧ ନଭେମ୍ବର (ହି.ସ.)- ଶିକ୍ଷା ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନେ ନିଷ୍ପେସିତ ଅବହେଳିତ ଅବସ୍ଥାରେ ରହୁଥିବା ଯୋଗୁଁ ସେମାନେ ବାରମ୍ବାର ସଂଘ ର ଦୃଷ୍ଟି ଆକର୍ଷଣ କରିଥିଲେ lଏ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ କରୁଣକର ଭୂଏ ଙ୍କୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ସେମାନଙ୍କ ୧୦ ଦଫା ଦାବି ପୁରଣ କରି କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି l ଦାବି ଗୁଡ଼ିକ ନ୍ୟାର୍ଯ୍ୟ ଦାବି ବୋଲି ସଭାପତି ଦାଶ୍ ପ୍ରକାଶ କରିଛନ୍ତି, ଗୋଟିଏ ଶିକ୍ଷକ,ଶିକ୍ଷୟିତ୍ରୀ ରେ ବିଦ୍ୟାଳୟ ଗୁଡ଼ିକ ଚାଲୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚାପଗ୍ରସ୍ତ ହୋଇ ରହୁଛନ୍ତି ତେଣୁ ସେହି ବିଦ୍ୟାଳୟ ମାନଙ୍କ ରେ ଶିକ୍ଷକ ନିଯୁକ୍ତି କରିବା, ବିଦ୍ୟାଳୟ ମାନଙ୍କ ରେ ଆବଶ୍ୟକତା ଅନୁପାତରେ ଶିକ୍ଷକ ଯୋଗାଇ ଦେବା, ଉପାନ୍ତ ଅଞ୍ଚଳ ରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ସ୍ଥାନ କୁ ବଦଳି କରିବା, ସ୍ବାସ୍ଥ୍ୟ ଗତ ସମସ୍ୟା ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ଉପଯୁକ୍ତ ସ୍ଥାନ କୁ ବଦଳି କରି ଆଣିବା. ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କନିଷ୍ଠ ସହାୟକ ପଦବୀ ରେ ପଦୋନ୍ନତି ଦେବା. ସ୍ଥଗିତ ରଖାଯାଇଥିବା ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବା. ଯୋଗ୍ୟତା ଭିତିରେ କନିଷ୍ଠ ସହାୟକ ଓ ବରିଷ୍ଠ ସହାୟକ ମାନଙ୍କୁ ପଦୋନ୍ନତି ଦେବା, ଆବଶ୍ୟକତା ଅନୁପାତରେ ରେ କାର୍ଯ୍ୟାଳୟ ମାନଙ୍କ ରେ କର୍ମଚାରୀ ନିଯୁକ୍ତ କରିବା. ଏ ନେଇ ଶ୍ରୀ ଦାଶ୍ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କ ସହିତ ଆଲୋଚନା କରିଥିବା ଗଣ ମାଧ୍ୟମକୁ ସୁଚନା ଦେଇଥିଲେ lଦାବିପତ୍ର ପ୍ରଦାନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande