ଦାଦାବଟି ପାଇଁ ଦୁଇ ଯୁବକଙ୍କ ଆତଙ୍କ
ଦାଦାବଟି ପାଇଁ ଦୁଇ ଯୁବକଙ୍କ ଆତଙ୍କ
ଦାଦାବଟି ପାଇଁ ଦୁଇ ଯୁବକଙ୍କ ଆତଙ୍କ


ଦାଦାବଟି ପାଇଁ ଦୁଇ ଯୁବକଙ୍କ ଆତଙ୍କ


ସମ୍ବଲପୁର, ୦୧ ନଭେମ୍ବର (ହି.ସ.)

ଜମନକିରା ଥାନା ସଦର ମହକୁମା ସ୍ଥିତ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଧର କରିବା ଜୀବନରେ ମାରିଦେବା ଧମକ ଦେବା ଭଳି ଅଭିଯୋଗରେ ଜମନକିରା ଜଗନ୍ନାଥପଡ଼ା ଅଞ୍ଚଳର ଅଶ୍ଵିନୀ ପଟ୍ଟନାୟକଙ୍କ ପୁଅ ବିଶ୍ଵନାଥ ପଟ୍ଟନାୟକ ଏବଂ କଦଳିମୁଣ୍ଡା ମନ୍ଦରଧର ପଟ୍ଟନାୟକଙ୍କ ପୁଅ ସିପୁନ ଓରଫ ଅମରେଶ ପଟ୍ଟନାୟକ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ୧୯୫/୨୫ରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାଇ, ଆଜି ଅପରାହ୍ନ ସାଢେ଼ ୨ଟା ସମୟରେ ଜମନକିରା ଜଗନ୍ନାଥପଡ଼ା ଳର ବିଶ୍ଵନାଥ ଓ କଦଳୀମୁଣ୍ଡା ର ସିପୁନ ବ୍ଲକ ପରିସରରେ ଥିବା ବିଭିନ୍ନ ଅଫିସକୁ ଯାଇ ଭିନ୍ନ ଭିନ୍ନ ବିଭାଗର ଅଧିକାରୀଙ୍କୁ ବଟି ମାଗିଥିଲେ। ଏଥିରେ ଅରାଜି ହେବାରୁ କେତେ ଜଣ ଅଧିକାରୀଙ୍କୁ ମାରଧର କରି ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଇଥିଲେ। ଏଥିସହ ଘଣ୍ଟାଧି କାଳଧରି କାର୍ଯ୍ୟଳୟ ଗୁଡିକରେ ଆତଙ୍କ ଖେଲାଇଥିଲେ। ଅଧିକାରୀ ମାନେ ଭୟରେ ଇତସ୍ତତଃ ହୋଇ ପଡ଼ିଥିଲେ। ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ସମୟରେ ବିଡ଼ିଓ ସମ୍ବଲପୁର ମିଟିଂ ଯାଇଥିବା ବେଳେ ତାଙ୍କ ଗେଷ୍ଟ ହାଉସକୁ ଯାଇ ଅସବାପତ୍ର ଭଙ୍ଗାରୁଜା କରି ସେଠାରେ ମଧ୍ୟ ଆତଙ୍କ ଖେଳାଇଥିଲେ। ପରେ ଅଧିକାରୀ ଗଣ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ପରାମର୍ଶ କ୍ରମେ ଏବିଡିଓ ମହିମା ସାହୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଦ୍ବୟ ସିଡିପିଓ କାର୍ଯ୍ୟଳୟରେ ପଶି ମହିଳା କର୍ମଚାରୀଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଚାନ୍ଦା ବଟି ଦିଅ ନହେଲେ ଜୀବନରେ ମାରିଦେବୁ ବୋଲି କହିଥିଲେ। ଯାହାକି ସିସିଟିଭି ଫୁଟେଜରେ ସେମାନଙ୍କ ସବୁ ଅସାମାଜିକ କାର୍ଯ୍ୟକଳାପ କୟେଦ ହୋଇ ରହିଥିବା ନେଇ ପୋଲିସ ଜାଣି ପାଇଛି। କନିଷ୍ଟ କିରାଣୀ ପ୍ରଭାତ ଚନ୍ଦ୍ର ଗୁରୁ ଏବଂ ଶାନ୍ତନୁ ଗଡନାୟକଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande