ଅମାନୁଷିକତାର ସବୁ ସୀମା ଟପିଗଲେ ବସ୍ ଚାଳକ
କେନ୍ଦୁଝର, 1 ନଭେମ୍ବର (ହି.ସ.) ବର୍ବରତା ଏବଂ ଅମାନୁଷିକତାର ସବୁ ସୀମା ଟପିଲେ ବସ ଚାଳକ। ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମୃତ କୁକୁରକୁ ବାନ୍ଧି ଘୋଷାଡ଼ିଲେ। ଏଭଳି ବର୍ବରର ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗାଁରେ ଆଜି କାଦକଳା
ଅମାନୁଷିକତାର ସବୁ ସୀମା ଟପିଗଲେ ବସ୍ ଚାଳକ


କେନ୍ଦୁଝର, 1 ନଭେମ୍ବର (ହି.ସ.) ବର୍ବରତା ଏବଂ ଅମାନୁଷିକତାର ସବୁ ସୀମା ଟପିଲେ ବସ ଚାଳକ। ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମୃତ କୁକୁରକୁ ବାନ୍ଧି ଘୋଷାଡ଼ିଲେ। ଏଭଳି ବର୍ବରର ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗାଁରେ ଆଜି କାଦକଳାରୁ କେନ୍ଦୁଝର ଯାଉଥିବା ଶୁଭମ୍ ନାମକ ଏକ ଘରୋଇ ବସ୍ ଚକା ତଳେ ଏକ କୁକୁରକୁ ମଡ଼ାଇ ଦେଇଥୂଲା ବସ୍ ର ଡ୍ରାଇଭର୍। ଦୁଃଖର ବି ବିଷୟ ଏହି ଯେ, ଏହି କୁକୁରର ମୃତ୍ୟୁ ପରେ ୪ ରୁ ଟି ଛୁଆ ମାଛେଉଣ୍ଡ ହୋଇଗଲେ। ଗାଡ଼ି ଚକା ତଳେ କୁକୁରର ଜୀବନ ଚାଲିଗଲା ପରେ, ବର୍ବରତାର ସୀମା ଟପିଲେ ବସ୍ କର୍ମଚାରୀ। ମୃତ କୁକୁରକୁ ବସ୍ ପଛ ପଟେ ବାନ୍ଧି ଘୋଷାଡ଼ିଲେ, ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଦୃଶ୍ୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମନରେ ଗଭୀର ଦୁଃଖ ଆଣି ଦେଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande