
ଖୋର୍ଦ୍ଧା, 1 ନଭେମ୍ବର (ହି.ସ.) ଶନିବାର ଜିଲ୍ଲା କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଓ ଦୁର୍ବଳ ମାନସିକତାର ପରିଚୟ l ଚଳିତ ବର୍ଷ କେନ୍ଦ୍ର ଭିଜିଲାନ୍ସ କମିଶନ, ନୂଆଦିଲ୍ଲୀ ପକ୍ଷରୁ ରଖା ଯାଇଥିବା ପ୍ରସଙ୍ଗ ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ବ ର ପାଶ୍ଚାତ୍ୟ ସଭ୍ୟତା ଠାରୁ ଆଧୁନିକ ସଭ୍ୟତା ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଉଦବୋଧନ ଦେଇ ଲୋଭ, ମୋହ, ମାୟା ଭଳି କୁତ୍ସିତ ମାନସିକତା ତ୍ୟାଗ କଲେ ଏକ ଶୃଙ୍ଖଳିତ ଦୁର୍ନୀତି ମୁକ୍ତ ସମାଜ ଗଠନ ସମ୍ଭବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି କହିଲେ ଦୁର୍ନୀତି ଏକ ମାନସିକ ବ୍ୟାଧି l ଛାତ୍ର ଛାତ୍ରୀ ମାନେ ନିଜ ପରିବାରରେ ନିଜର ପିତା ମାତା ଙ୍କୁ ଉତ୍କୋଚ ନେବା ଏବଂ ଉତ୍କୋଚ ଦେବା ଉପରେ ସଚେତନ କରାଇଲେ ନିଶ୍ଚିତ ଭାବେ ସମାଜରୁ ଦୁର୍ନୀତି ବିଲୋପ ହୋଇ ପାରିବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର କଳା ଜେନା ବିଭାଗୀୟ ଦୁର୍ନୀତି ନିବାରଣ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାକ୍ତନ ଅର୍ଥନୀତି ବିଭାଗ ପ୍ରାଧ୍ୟାପକ , ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ତଥା ଅତିରିକ୍ତ ନିର୍ଦ୍ଦେଶକ କଳିଙ୍ଗ ସାମାଜିକ ବିଜ୍ଞାନ ସଂସ୍ଥାନ ଶୁଭେନ୍ଦୁ କୁମାର ମହାନ୍ତି କହିଲେ ଯେ ଦୁର୍ନୀତି ଏକ ସାମାଜିକ ବିଶୃଙ୍ଖଳା କୁ ବୁଝାଏ, ଯେଉଁଠି ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ରେ ଖିଲାପ ହୁଏ l ଏହି ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ବ୍ୟକ୍ତିର ଲୋଭ ଶକ୍ତି ଆସିଲେ ନିମ୍ନ ଗାମୀ ହୋଇଥାଏ, ଯ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ବ୍ୟବସ୍ଥା ଉପରେ ପ୍ରଭାବ ପକାଇବା ସହ ଦାରିଦ୍ର୍ୟତା ସୃଷ୍ଟି ହୁଏ, ବିଶ୍ୱାସ ନଷ୍ଟ ହୁଏ l ଏଣୁ ସାମାଜିକ ଉତ୍ଥାନ ରେ ପିତା ମାତା ଏବଂ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାପକ ସଚେତନତା କରାଇଲେ ନିଶ୍ଚିତ ଭାବେ ସବୁ ସ୍ତରରେ ଦୁର୍ନୀତି ହଟି ଏକ ଆଦର୍ଶ ଦୁର୍ନୀତି ମୁକ୍ତ ଶୃଙ୍ଖଳିତ ଦାରିଦ୍ର୍ୟ ମୁକ୍ତ ସମାଜ, ଜିଲ୍ଲା, ରାଜ୍ୟ ଗଠନ ଅକ୍ଲେଶରେ ସମ୍ଭବ ହୋଇ ପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ସ୍ୱାଗତ ଭାଷଣ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିବା ସହ ସଭା ମଞ୍ଚ ସଞ୍ଚାଳନ କରିଥିଲେ l ଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରବୋଧ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରସଙ୍ଗ ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ୧୮ ଜଣ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ l ସମାରୋହରେ ଡେପୁଟୀ କଲେକ୍ଟର ସୃଷ୍ଟି ଅନନ୍ୟା ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି,ଉପ ନିର୍ଦ୍ଦେଶକ, ଯୋଜନା ଅଶୋକ କୁମାର ବେହେରା ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ନାଗରିକ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ l ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମିଶନ ଶକ୍ତି ମା ମାନଙ୍କୁ ନେଇ ଏକ ସଚେତନତା ରାଲି ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟରୁ ବାହାରି ଆମ୍ବେଦକର ମାର୍ଗ ଦେଇ ଜିଲ୍ଲା ପାଳାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ପହଞ୍ଚିଥିଲା l ଏହି ରାଲିକୁ ଉପ ଆରକ୍ଷୀ ଅଧିକ୍ଷକ ପ୍ରବୋଧ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ରାଲିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ