ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଜୟପୁର, 1 ନଭେମ୍ବର (ହି.ସ.)ଜୟପୁର ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ତ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସ ଗୁଡିକରେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିହେବ ସେନେଇ
ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ


ଜୟପୁର, 1 ନଭେମ୍ବର (ହି.ସ.)ଜୟପୁର ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ତ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସ ଗୁଡିକରେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିହେବ ସେନେଇ ଶିକ୍ଷା ପ୍ରଦାନ କରିଥିଲେ। ବସଷ୍ଟାଣ୍ତରେ ଥିବା ଯାତ୍ରୀ ମାନଙ୍କୁ ରୋଷେଇ ସମୟରେ ନିଆଁ ଲାଗିଗଲେ ପ୍ରତିକାର ସ୍ବରୁପ କଣ କରିବେ ଓ ନିଆଁ ଲାଗିବା ସ୍ଥାନରେ ନିଜେ ଉପସ୍ଥିତ ଥିଲେ କିପରି ନିଆଁକୁ ଆୟତ୍ତ କରିବେ ସେନେଇ ସମସ୍ତଙ୍କୁ ବୁଝାଇଥିଲେ। ଏହିପରି ଜରୁରୀ କାଳିନ ବିଭାଗର ନିୟମ, କାର୍ଯ୍ୟକଳାପ, ଉଦ୍ଧାର କୌଶଳ, ଉନ୍ନତ ଜୀବନ ରକ୍ଷାକାରୀ ଉପକରଣର ବ୍ୟବହାର ଇତ୍ୟାଦି ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande