ଗେରେଜ ମିସ୍ତ୍ରୀଙ୍କ ମହାନତା, ଏଟିଏମ୍‌ରୁ ଉଠାଇଥିବା ପଇସା ଫେରିପାଇଲେ ମହିଳା
ଭଦ୍ରକ, ୧ ନଭେମ୍ବର (ହି.ସ.) - ଜଣେ ଗେରେଜ ମିସ୍ତ୍ରୀ ଦେଖାଇଲେ ମହାନତା। ଏ ଟି ଏମ ଭିତରେ ପଡ଼ିଥିବା ୯ ହଜାର ୫ ଶହ ଟଙ୍କା କୁ ଉଠାଇ ପୋଲିସ ରେ ଦେଲେ ଜିମା। ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳ ରେ। ଚରମ୍ପା ବଜାର ଠାରେ ଏସ୍‌ବିଆଇ ଏଟିଏମ୍ ରୁ ସ୍ୱାଇଁ ନାମକ ଜଣେ ମହିଳା
GARRAIGE MISTRI NKA MAHANATA


ଭଦ୍ରକ, ୧ ନଭେମ୍ବର (ହି.ସ.) - ଜଣେ ଗେରେଜ ମିସ୍ତ୍ରୀ ଦେଖାଇଲେ ମହାନତା। ଏ ଟି ଏମ ଭିତରେ ପଡ଼ିଥିବା ୯ ହଜାର ୫ ଶହ ଟଙ୍କା କୁ ଉଠାଇ ପୋଲିସ ରେ ଦେଲେ ଜିମା। ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳ ରେ। ଚରମ୍ପା ବଜାର ଠାରେ ଏସ୍‌ବିଆଇ ଏଟିଏମ୍ ରୁ ସ୍ୱାଇଁ ନାମକ ଜଣେ ମହିଳା ୯ ହଜାର ୫ ଶହ ଟଙ୍କା ଉଠାଇ ଥିଲେ। କିନ୍ତୁ ଟଙ୍କା ବାହାରି ନଥିଲା। ତେଣୁ ସେ ସେଠାରୁ ପଳାଇ ଆସି ସମ୍ପୃକ୍ତ ବ୍ୟାଙ୍କ ଏବଂ ଭଦ୍ରକ ଟାଉନ ଥାନା ରେ ଜଣାଇଥିଲେ। ତେବେ ସମ୍ପୃକ୍ତ ମହିଳା ଜଣଙ୍କ ଏଟିଏମ୍‌ରୁ ପଳାଇ ଆସିବା ପରେ ଜଣେ ଗେରେଜ ମିସ୍ତ୍ରୀ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ତେବେ ସେ ଏଟିଏମ୍ ଭିତରେ ପ୍ରବେଶ କରି ଦେଖିଥିଲେ ଯେ ୯ ହଜାର ୫ ଶହ ଟଙ୍କା ଏଟିଏମ୍‌ରେ ଲାଗି କରି ରହିଛି। ତେଣୁ ସେ ସେହି ଟଙ୍କା କେହି ଜଣେ ଲୋକ ର ହୋଇ ଥାଇ ପାରେ ବୋଲି ଜାଣି ତୁରନ୍ତ ଭଦ୍ରକ ଟାଉନ ଥାନା ରେ ଜଣାଇଥିଲେ। ତେଣୁ ପୋଲିସ ସମସ୍ତ ଦିଗକୁ ତଦନ୍ତ କରି ଏହି ଟଙ୍କା ସେହି ମହିଳା ଙ୍କର ବୋଲି ଜାଣି ମହିଳାଙ୍କୁ ଡାକି ଭଦ୍ରକ ଏସପି ଙ୍କ ହାତରେ ତାଙ୍କୁ ଫେରାଇଥିଲେ। ମହିଳା ଜଣଙ୍କ ନିଜ ଟଙ୍କା ପାଇ ବେଶ ଖୁସି ହୋଇଥିଲା ବେଳେ ସମ୍ପୃକ୍ତ ଗେରେଜ ମିସ୍ତ୍ରୀ ଙ୍କୁ ଭଦ୍ରକ ଏସପି ପୁଷ୍ପ ଗୁଚ୍ଛ ଦେଇ ତାଙ୍କର ସେହି ମହାନ ପଣିଆ ଓ ସଚୋଟତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ସମ୍ପୃକ୍ତ ଯୁବକ ଙ୍କ ସଚୋଟ ପଣିଆ କୁ ସମସ୍ତେ ପ୍ରଶଂସା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande