ସ୍ୱାଭିମାନ ଅଂଚଳରେ ଛେଳି ମଡ଼କ
ମାଲକାନଗିରି, ୧ ନଭେମ୍ବର (ହି.ସ.) - ସ୍ୱାଭିମାନ ଅଂଚଳରେ ଦେଖିବାକୁ ମିଳିଛି ଛେଳି ମଡ଼କ। ଚିନ୍ତାରେ ଏବେ ଛେଳି ଚାଷୀ। ଗ୍ରାମକୁ ଆସୁନାହାନ୍ତି ପଶୁ ଚିକିତ୍ସକ। ଯାହା ଦ୍ୱାରା ଚାଷୀ ମାନେ ଏବେ ନିଜେ ଚିକିତ୍ସା କରି ବଂଚାଇ ପାରୁ ନାହାନ୍ତି ନିଜ ଗୃହ ପାଳିତ ଛେଳି ଓ ମେଣ୍ଢାକୁ। ଏଭଳି ଦେଖିବାକୁ ମିଳିଛି
ସ୍ୱାଭିମାନ ଅଞ୍ଚଳରେ ଛେଳି ମଡ଼କ


ମାଲକାନଗିରି, ୧ ନଭେମ୍ବର (ହି.ସ.) - ସ୍ୱାଭିମାନ ଅଂଚଳରେ ଦେଖିବାକୁ ମିଳିଛି ଛେଳି ମଡ଼କ। ଚିନ୍ତାରେ ଏବେ ଛେଳି ଚାଷୀ। ଗ୍ରାମକୁ ଆସୁନାହାନ୍ତି ପଶୁ ଚିକିତ୍ସକ। ଯାହା ଦ୍ୱାରା ଚାଷୀ ମାନେ ଏବେ ନିଜେ ଚିକିତ୍ସା କରି ବଂଚାଇ ପାରୁ ନାହାନ୍ତି ନିଜ ଗୃହ ପାଳିତ ଛେଳି ଓ ମେଣ୍ଢାକୁ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଟଂଟାଗୁଡାରେ । ଦୁଇ ସପ୍ତାହରେ ଗଲାଣି ୪୦ରୁ ଉର୍ଦ୍ଧ ଛେଳିର ଜୀବନ। ହେଲେ ନା ପାଖରେ ଅଛନ୍ତି ପଶୁ ଚିକିତ୍ସକ ନା ପାଖରେ ଅଛି ପଶୁ ଚିକିତ୍ସା କେନ୍ଦ୍ର। ଅଜଣା ରୋଗରେ ଛେଳି ମାନେ ଆକ୍ରାନ୍ତ ହୋଇ ନାକ ଓ ପାଟିରୁ ଫେଣ ବାହାରି ପେଟ ଫୁଲାଇ ମରି ଯାଉ ଥିବାର ଚିତ୍ର ଏବେ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଚିନ୍ତାରେ ସ୍ୱାଭିମାନ ଅଂଚଳର ଛେଳି ଚାଷୀ। ଦୁଇ ସପ୍ତାହରୁ ଅଂଚଳରେ ଲାଗି ରହିଛି ଛେଳି ମଡ଼କ ହେଲେ ଆଜି ପର୍ଯ୍ୟନ୍ତ ପହଂଚି ପାରିନି ଗୋଷ୍ଠି ପଶୁ ସମ୍ପଦ ଚିକିତ୍ସକ ବିଭାଗ।

ଦିନକୁ ଅଂଚଳରେ ଅଜଣା ରୋଗରେ ୪ ରୁ ୫ ଛେଳି ଓ ମେଣ୍ଡା ଆକ୍ରାନ୍ତ ହୋଇ ମରି ଯାଉଥିବା କହିଛନ୍ତି ଗ୍ରାମବାସୀ। ଅନ୍ୟପଟେ ପଶୁ ଚିକିତ୍ସକ ଆସୁ ନଥିବାରୁ ଚାଷୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ନିଜେ ବଜାରରୁ ଔଷଧ ଆଣି କରୁଛନ୍ତି ଛେଳି ମେଣ୍ଡାଙ୍କ ଚିକିତ୍ସା। ହେଲେ ରୋଗ ଚିହ୍ନଟ କରି ପାରୁନଥିବା ଯୋଗୁଁ ଏବେ ଗୃହ ପାଳିତ ଛେଳି ମେଣ୍ଡାକୁ ନେଇ ଚିନ୍ତାରେ ଗ୍ରାମବାସୀ। ଅନ୍ୟପଟେ ଛେଳି ମଡକ ଯୋଗୁଁ ଅନେକ କ୍ଷତି ସହୁଛନ୍ତି ଚାଷୀ। ସବୁଠାରୁ ବଡ଼କଥା ହେଲା ଚିତ୍ରକୋଣ୍ଡାରେ ବ୍ଲକ କାର୍ଯ୍ୟାଳୟ ସ୍ଥାପନ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆସି ପାରିଲାନାହିଁ ଗୋଷ୍ଠି ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ। ଯାହା ଦ୍ୱାରା ସ୍ୱାଭିମାନ ଅଂଚଳର ଗୃହ ପାଳିତ ଚାଷୀ ମାନେ ପଶୁ ପକ୍ଷୀଙ୍କ ଟୀକା କରଣ, ଉତମ ସେବା, ପରାମର୍ଶ ଓ ଚିକିତ୍ସା ସହ ସରକାରଙ୍କ ପଶୁ ପକ୍ଷୀ ପାଇଁ ଥିବା ବୀମା ଯୋଜନାର ଲାଭରୁ ବଂଚିତ ହୋଇ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande