ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ
ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବିଡିଓ ଗୁରେଶ
ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ*


ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବିଡିଓ ଗୁରେଶ୍ୱର ଭୋଇ ଯୋଗଦେଇ ଶିଶୁ ମହୋତ୍ସବ ସୁରଭିକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗ ଦେଇଥିବା ବେଳେ ବିଆର୍‌ସିସି କମ୍ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭା ଶେଷରେ ସିଆର୍‌ସିସି ଷଢାନନ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସଞ୍ଚାଳନ କରିଥିଲେ ଶିକ୍ଷକ ସନ୍ତୋଷ ସାହୁ ।

ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଅଶୋକ ଦୋରା ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଟୁକୁମଣି ପାଣିଗ୍ରାହୀ ଏବଂ ଘନଶ୍ଯାମ ପ୍ରଧାନୀ ଯୋଗ ଦେଇଥିଲେ। ସିଆରସିସି ଜଗମୋହନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗତ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇର ଟପ୍ପର ଙ୍କୁ ପ୍ରମାଣପତ୍ର ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ସିଆର୍‌ସିସି, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ କମିଟି କର୍ମକର୍ତ୍ତା, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ କଳାକାରମାନେ ଉଚ୍ଚକୋଟୀର କଳା ପ୍ରଦର୍ଶନ କରି ଲଗାତାର ଭାବେ ତୃତୀୟ ଥର ପାଇଁ ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande