ଭୋଜିରେ ଖାସି ମାଂସକୁ ନେଇ ହତ୍ୟା ପ୍ରସଙ୍ଗ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବିଚାରପତି
ଭଦ୍ରକ, ୧ ନଭେମ୍ବର (ହି.ସ.) - ଏକ ନରହତ୍ୟା ମାମଲାର ବିଚାର କରି ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଆଦେଶ ଦେଇଛନ
HATYA AVIJUKTA KU DANDADESA


ଭଦ୍ରକ, ୧ ନଭେମ୍ବର (ହି.ସ.) - ଏକ ନରହତ୍ୟା ମାମଲାର ବିଚାର କରି ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଆଦେଶ ଦେଇଛନ୍ତି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ଜୁଲାଇ ମାସ ୪ ତାରିଖରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀ ଓରଫ ବିଦୁକୁ ଆଦିତ୍ୟ କୁମାର ରାଉତ ଓରଫ ଗୁଡୁ (୨୨) ଏକ ଅଭାବନୀୟ ପରିସ୍ଥିତିରେ ହତ୍ୟା କରିଥିଲା। ଆହାରପଦା ଗ୍ରାମର ବିଦ୍ୟାଧର ମାଝିଙ୍କର ଜଣେ ସମ୍ପର୍କୀୟଙ୍କର ବିବାହ ଭୋଜିକୁ ଆଦିତ୍ୟକୁ ନିମନ୍ତ୍ରଣ ହୋଇଥିଲା। ଉକ୍ତ ଭୋଜିରେ ଖାସି ମାଂସ ସରିଯିବାକୁ ନେଇ ବିଦ୍ୟାଧର ଓ ଆଦିତ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ସେଦିନ ବିଦ୍ୟାଧର ଘରକୁ ଫେରୁଥିବା ବେଳେ ବିଜେଗଙ୍ଗାଧରପୁର ଛକ ନିକଟରେ ଆଦିତ୍ୟ ମାରଣାସ୍ତ୍ରରେ ତାକୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣା ଯାଇଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ହୋଇଥିଲା। ଏ ଘଟଣା ନେଇ ଭଦ୍ରକ ଗ୍ରାମାଂଚଳ ଥାନାରେ କେସ ନଂ -୩୪୩/୨୨ ଦଫା-୩୦୨ ରେ ଏକ ମାମଲା ରୁଜୁ କରି ପୁଲିସ ଆଦିତ୍ୟକୁ ଗିରଫ କରି ଜେଲ ପଠାଇ ଦେଇଥିଲା। ସେହି ଦିନ ଠାରୁ ଆଦିତ୍ୟ ବିଚାରାଧୀନ ବନ୍ଦୀ ଭାବରେ ଭଦ୍ରକ ଜେଲରେ ଅଟକ ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande