ଜମି କାରବାର ଡିଲ ଟଙ୍କା ନଦେବାରୁ ଅପହରଣ, ୪ ଜଣ ଅପହରଣକାରୀ ଗିରଫ ୨ଟି କାର, ୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ
ବାରିପଦା, ୧ ନଭେମ୍ବର (ହି.ସ.) - ଜମି କାରବାର ଡିଲ ଟଙ୍କା ନଦେବାରୁ ଯୁବକକୁ ଅପହରଣ କରାଯାଇଥିଲା । ଉକ୍ତ ଅପହରଣ ଅଭିଯୋଗ ମାମଲାରେ ୪ଜଣ ଅପହରଣକାରୀଙ୍କୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି। ଏନେଇ ଶୁକ୍ରବାର ଅପରାହ୍ନରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଲି
Jami Karabara deal Tanka n Debaru Apaharana


Jami Karabara deal Tanka n Debaru Apaharana


Jami Kinabika Deal Tanka n Debaru Apaharana


ବାରିପଦା, ୧ ନଭେମ୍ବର (ହି.ସ.) - ଜମି କାରବାର ଡିଲ ଟଙ୍କା ନଦେବାରୁ ଯୁବକକୁ ଅପହରଣ କରାଯାଇଥିଲା । ଉକ୍ତ ଅପହରଣ ଅଭିଯୋଗ ମାମଲାରେ ୪ଜଣ ଅପହରଣକାରୀଙ୍କୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି। ଏନେଇ ଶୁକ୍ରବାର ଅପରାହ୍ନରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ମାନେ ହେଲେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ଗଡ଼ପଦା ଗ୍ରାମର ଅର୍ମାନ ଖାଁନ(୩୪), ଆଗରବେଡା ଗ୍ରାମର ରାଜେଶ ବାରିକ(୩୦), ମିରିଗିମୁଣ୍ଡି ଗ୍ରାମର ଭବେଶ ଚନ୍ଦ୍ର ବେହେରା(୧୯) ଓ ହାଟଡ଼ିହି ଗ୍ରାମର ବଳରାମ ରାଉତ(୨୦)। ସୂଚନା ଅନୁଯାୟୀ, ବାରିପଦା ସହରର ଷ୍ଟେସନ ବଜାର ଅଂଚଳର ସୁନୀଲ ଅଗ୍ରୱାଲଙ୍କ ବୈଶିଙ୍ଗା ଅଂଚଳରେ ଏକ ରାଇସ ମିଲ ରହିଛି। ସୁନୀଲ ଅନ୍ୟ ଏକ ଗ୍ରୁପ ସହ ମିଶି ବେତନଟୀ ଥାନା ଅଂଚଳରେ ଏକ ଜମି କାରବାର କରିଥିଲେ। ଉକ୍ତ ଜମି କାରବାର ଭାଗ ଟଙ୍କା ଦେବେ ବୋଲି ସେମାନଙ୍କ ସହ ସୁନୀଲଙ୍କ ଡିଲ ହୋଇଥିଲା। କିନ୍ତୁ ଜମି କାରବାର ପରେ ସୁନୀଲ ଡିଲ ଅନୁଯାୟୀ ଟଙ୍କା ଦେଇନଥିଲେ। ଯାହାକୁ ନେଇ ବାରମ୍ବାର ଉଭୟ ପକ୍ଷ ମଧ୍ୟରେ କଳହ ହେଉଥିଲା। କିଛି ଦିନ ପୂର୍ବରୁ ଏନେଇ ମାରପିଟ ଗଣ୍ଡଗୋଳ ହୋଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଡିଲ ଟଙ୍କା ଆଦାୟ କରିବା ପାଇଁ ଗ୍ରୁପର ସଦସ୍ୟମାନେ ସୁନୀଲଙ୍କୁ ଅପହରଣ କରି ମୁଣ୍ଡ ଜାମିନରେ ରଖି ଟଙ୍କା ଆଦାୟ କରିବାର ଯୋଜନା କରିଥିଲେ। ତେଣୁ ପୂର୍ବ ଯୋଜନା ଅନୁସାରେ ସୁନୀଲକୁ ଅପହରଣ କରିଥିଲେ। ସୁନୀଲ ଗତ ଅକ୍ଟୋବର ୨୩ ତାରିଖରେ କାର ଯୋଗେ ବାରିପଦାରୁ ବାଲେଶ୍ୱର ଯାଉଥିଲେ। ଏନେଇ ସେମାନେ ଖବର ପାଇ ଦୁଇଟି କାର ଓ ଦୁଇଟି ବାଇକରେ ଆସି ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ତାଙ୍କୁ ଜୋର ଜବରଦସ୍ତ ଅଟକାଇ ମୁଣ୍ଡକୁ ପ୍ରହାର କରିବାରୁ ସୁନୀଲ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ତାଙ୍କୁ ଅପହରଣ କରି ନେଇ ରୁପ୍ସାରେ ରଖିଥିଲେ। ସୁନୀଲଙ୍କୁ ବନ୍ଧୁକ ଓ ତେଲେଙ୍ଗା କଟୁରି ଦେଖାଇ ଭୟଭୀତ କରିଥିଲେ। ଛାଡିବା ପାଇଁ ପରିବାର ଲୋକଙ୍କୁ ୨କୋଟି ଟଙ୍କା ମୁଣ୍ଡଜାମିନ ମାଗିଥିଲେ। ଶେଷରେ ୮୦ଲକ୍ଷ ଟଙ୍କାରେ କଥା ଛିଡିଥିଲା। ପରିବାର ଲୋକେ ଶୁକ୍ରବାର ଦୁଇଟି ବ୍ୟାଗରେ ୮୦ଲକ୍ଷ ଟଙ୍କା ନେଇ ସୁନୀଲଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ଅପହରଣକାରୀ ମାନେ ଗୋଟିଏ ବ୍ୟାଗରେ ଥିବା ମୁଣ୍ଡଜାମିନ ଟଙ୍କା ନେଇ ସୁନୀଲକୁ ଛାଡି ଦେଇଥିଲେ। କିନ୍ତୁ ଏହାପରେ ଅପହରଣକାରୀ ମାନେ ବ୍ୟାଗରେ ୪୦ଲକ୍ଷ ଥିବା ନେଇ ଜାଣିଥିଲେ। ଫୋନ ଯୋଗେ ବାକି ଟଙ୍କା ଦେବାକୁ ଧମକ ଦେଇଥିଲେ। କିନ୍ତୁ ପରିବାର ଲୋକେ ତାହାକୁ ନଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଂଟୁପାଲିଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ, ବୈଶିଙ୍ଗା, ମୋରଡା, ରାସଗୋବିନ୍ଦପୁର ଥାନାର ପୁଲିସ ଟିମ ଚଢ଼ାଉ କରି ୪ଜଣ ଅପହରଣକାରୀକୁ ଧରିଛନ୍ତି।

ଏନେଇ ଖୋଦ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲି ଘଟଣାର ତଦନ୍ତ କରିଛନ୍ତି। ସେମାନଙ୍କ ପାଖରୁ ମୁଣ୍ଡ ଜାମିନ ୮,୬୪,୭୦୦ଟଙ୍କା, ଦୁଇଟି କାର, ୭ଟି ମୋବାଇଲ ଫୋନ ଓ ୪ଟି ତେଲେଙ୍ଗା କଟୁରି ଜବତ କରାଯାଇଛି। ୪ଜଣଙ୍କ ବିରୁଦ୍ଧରେ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ଥିବା ବେଳେ ଆଉ ୫ଜଣ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ଗୁଂଟୁପାଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ, ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରୁଣୀ ଦାସ ଅନ୍ୟ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande