ଜଙ୍ଗଲ ଜମି ବଣ୍ଟନରେ ଚଞ୍ଚକତା : ଅଭିଯୋଗ ଉଠାଇଲେ ଗ୍ରାମବାସୀ
ଜଙ୍ଗଲ ଜମି ବଣ୍ଟନରେ ଚଞ୍ଚକତା : ଅଭିଯୋଗ ଉଠାଇଲେ ଗ୍ରାମବାସୀ
ଜଙ୍ଗଲ ଜମି ବଣ୍ଟନରେ ଚଞ୍ଚକତା : ଅଭିଯୋଗ ଉଠାଇଲେ ଗ୍ରାମବାସୀ


ସମ୍ବଲପୁର, ୦୧ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଫାଶୀମାଲ ଆରଆଇ ସର୍କଲ ଅଧୀନ ନକଟିପାଲି ଗ୍ରାମରେ ଜଙ୍ଗଲଜମି ପଟ୍ଟା ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଆଜି ଜମନକିରା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ନକଟିପାଲି ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସମୟରେ ଜଙ୍ଗଲ କମିଟି ସୁପାରିଶ ଆଧାରରେ କରାନଯାଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରାଯାଇଛି, ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାନଯିବା, ନକଟିପାଲି ମୌଜାର ବାସିନ୍ଦା ନହୋଇ ଫାଶୀମାଲ, କେନାଢ଼ୀପା ଗ୍ରାମର କିଛି ଅସାଧୁ ବ୍ୟକ୍ତି ଚଞ୍ଚକତା କରି ଜମି ପଟ୍ଟା ହାତେଇ ଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ଜମିପଟ୍ଟା ପ୍ରଦାନ ପାଇଁ ସରକାରୀ ନିୟମକୁ ପ୍ରାଧାନ୍ୟ ଦିଆଯାଇନାହିଁ ଭଳି ଅଭିଯୋଗ ଆଣି ଗ୍ରାମବାସୀ ଜମନକିରା ତହସିଲଦାର ପ୍ରଭିନା ବିଲୁଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଉ। ପଟ୍ଟା ପାଇଥିବା ଅଯୋଗ୍ୟ ବ୍ୟକ୍ତିଙ୍କ ପଟ୍ଟା ଖାରଜ କରାଯାଉ, ପୂର୍ବରୁ ପଟ୍ଟା ପାଇଥିବା ଏବଂ ତାଙ୍କ ଜମିଗୁଡିକୁ ଠିକ ଭାବରେ ଯାଞ୍ଚ କରାଯାଉ ବୋଲି ଗ୍ରାମବାସୀ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ଜମନକିରା ତହସିଲଦାର ପ୍ରଭିନା ବିଲୁଙ୍ଗ ଙ୍କୁ ପଚାରିବାରେ ଜମନକିରା ତହସିଲଦାର, ଫାଶୀମାଲ ଆର ଆଇ, ଜଙ୍ଗଲବିଭାଗ, ଫରେଷ୍ଟ କମିଟି ସଦସ୍ୟ ଏବଂ ଜମନକିରା ଡ଼ବ୍ଲ.ଇ.ଓ ଙ୍କ ଏକ ଜଏଣ୍ଟ କମିଟି ଗଠନ କରାଯାଇ ଅଭିଯୋଗ ଆଧାରରେ ଭେରିଫିକେସନସ କରାଯିବ । ରିପୋର୍ଟ ଆସିବା ପରେ ଆମେ ଯାହା ଉଚିତ୍ ପଦକ୍ଷେପ ନେବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande