



ସମ୍ବଲପୁର/ନୂଆପଡା, ୦୧ ନଭେମ୍ବର (ହି.ସ.) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ପ୍ରସାର ଜୋର୍ ସୋର୍ ରେ ଚାଲିଛି । ବିଜେପି ନେତୃବୃନ୍ଦ ପ୍ରତ୍ୟେକ ପଞ୍ଚାୟତ, ଗାଁ, ୱାର୍ଡ, ପାରିବାର କୁ ପହଞ୍ଚି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହି ମର୍ମ ରେ ଓଡ଼ିଶା ସରକାର ଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଖାରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମାରାଥନ ପ୍ରଚାର କରିଛନ୍ତି ।
ପ୍ରଥମେ ଖରିଆର ରୋଡ଼ ଏନ.ଏ.ସି ର ୱାର୍ଡ଼ ନମ୍ବର-୪ ଠାରେ ପଦଯାତ୍ରାରେ ଘର ଘର ବୁଲି ପ୍ରଚାର ପତ୍ର ବାଣ୍ଟି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଲୋଡ଼ିଥିଲେ l
ପରେ ପରେ ୱାର୍ଡ ନମ୍ବର-୧୨ ରେ ହେଉଥିବା ସଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉପସ୍ଥିତ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ । ଉଦବୋଧନ ରେ ମନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀ ଙ୍କ ଦକ୍ଷ କାର୍ଯ୍ୟଶୈଳୀ ବିଷୟ ରେ ଆଲୋକପାତ କରିଥିଲେ । ନୂଆପଡ଼ା ବାସୀ ଡବଲ୍ ଇଞ୍ଜିନ୍ ସରକାରଙ୍କର ବିକାଶଧାରାରେ ସାମିଲ ହେବା ପାଇଁ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ ।
ପରେ ଖରିଆର ରୋଡ ଜୈନ ଭବନ ଠାରେ ଜୈନ ସମାଜର ସଂଘ ର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେଠାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତାଙ୍କ ସାଂସଦ ସୁକାନ୍ତ ପାଣିଗ୍ରାହୀ ଖରିଆର ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ