
କୋରେଇ, ୦୧ ନଭେମ୍ବର (ହି.ସ.) - କୋରେଇ ବ୍ଳକ ଅନ୍ତର୍ଗତ ମୂଳାପଂଚାର ଲିଙ୍ଗେଶ୍ୱର ଠାରୁ ସରସଦା ଗଡା ପର୍ଯ୍ୟନ୍ତ କୋରେଇର ବିଧାୟକ ଆକାଶ ଦାସ ନାୟକଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ କର୍ମିମାନେ ଶିଳାନ୍ୟାସ ସ୍ଥାନକୁ ନେଇଥିଲେ । ବିଧାୟକ ଶ୍ରୀ ଦାସନାୟକ ସରସଦା ଗଡା ନିକଟରେ ବରୁଣ୍ଡାଇ ଠାରୁ ବନ୍ଦାଳ, ସରସଦା ଠାରୁ ବନ୍ଦାଳ, କ୍ôଷରୋ ଠାରୁ ସରସଦା, ବେଲଗଡିଆ ଠାରୁ ଧନତ୍ର. ୩ଏ ଏମ୍ବାକମେଂଟ ଠାରୁ ସଠିପୁର ବରୁଣ୍ଡାଇ ରାସ୍ତା ଭାୟା ରାଣିଗୋଡା ରାସ୍ତାର ଶିଳାନ୍ୟାସ କରିଥିଲେ । ଏହି ସବୁ ରାସ୍ତାର ଉନ୍ନତର କରଣ ନିମନ୍ତେ ପୂର୍ତ ବିଭାଗ ପକ୍ଷରୁ ୩୭ କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ କରାଯାଇଛି । ଏହି ରାସ୍ତାର ଉନ୍ନତୀ କରଣ ହେବା ଦ୍ୱାରା କରଦା, ମୂଳାପାଳ, ବନ୍ଦାଳ ଓ ଅମୃଥିଆ ଗ୍ରାମପଂଚାୟତର ଗମନାଗମନ ସୁଦୃଢୀ କରଣ ହୋଇପାରିବ । ଏହି ପ୍ରକଳ୍ପ କୋରେଇ ବ୍ଲକର ଗମନାଗମନର ଏକ ମାଇଲ ଖୁଂଟ ହେବ ବୋଲି କୁହାଯାଉଛି । କୋରେଇ ବ୍ଳକର ଗମନାଗମନ ବିକାଶରେ ଆଜି ଏକ ନୂତନ ଫର୍ଦ ଯୋଡି ିହୋଇଛି । ବିଧାୟକଙ୍କ ଏହି ପ୍ରଚଷ୍ଟାକୁ ଜନସାଧାରଣ ଭୂୟସୀ ପ୍ରସଂଶା କରାଯାଇଛି । ଏହି ପରୀପ୍ରେକ୍ôଷରେ ଆଗାମୀ ଦିନରେ କୋରେଇରେ ସମସ୍ତ ରାସ୍ତା ଗୁଡିକୁ ସୁଦୃଢୀ କରଣ କରାଯିବାକୁ ବ୍ୟବସ୍ଥା କରାଯାଉଥିବା ବିଧାୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେପୂର୍ତ ବିଭାଗର ସମସ୍ତ ପଦାଧିକାରୀଙ୍କ ସମେତ ରାଜକିଶୋର ବେହେରା, ସଜୀବ କୁମାର ନାୟକ, ବିଦ୍ୟାଧର ସାହୁ, ବିମ୍ବାଧର ସାହୁ, ପ୍ରତାପ ମଳ୍ଳିକ, ଅଶୋକ ନାୟକ, ରାଧାକାନ୍ତ ବେହେରା, ପରମାନନ୍ଦ ଦତ, ଗଗନ ନାୟକ, ଶରତ ଜେନା, ରାଜ କିଶୋର ସାହୁ, ପପୁ ପଣ୍ଡା, ପ୍ରକାଶ ଧଳ, ପ୍ରିତୀରଂଜନ ସାହୁ, ଧନେଶ୍ୱର ବାରିକ,ବିଷ୍ଣୁ ଚରଣ ରଥ, ପ୍ରକାଶ ସାହୁ, ଉଦୟ ପରିଡା, ରଶ୍ମୀରଂଜନ ପରିଡା, ଜୟନ୍ତୀ ସାହୁ, ଦିପ୍ତୀମୟୀ କୁଅଁର, ଆଲୋକ ମଲ୍ଲିକ, ଭାସ୍କର ସାହୁ, ରାକୋଶ ଜେନା, ଏସକେ ଜହର ଅଲ୍ଲୀ, ପ୍ରମୋଦ ସାହୁ, ଅଶୋକ ବାରିକ, ସତ୍ୟାନନ୍ଦ ମହାପାତ୍ର, ପଦ୍ମାବତୀ ପଣ୍ଡା, କାର୍ତିକ ସାହୁ, ସୁବାସ ପଣ୍ଡା, ଆଶୁତୋଷ ମହାପାତ୍ର ନକୁଳ ସାମନ୍ତରାୟ, ଗୋକୁଳାନନ୍ଦ ସାହୁ, ପ୍ରତାପ ଖଣ୍ଡାଇ, ସୁବତ୍ର ସେଠୀ, ଲକ୍ଷ୍ମୀଧର କରଣ, ସତ୍ୟଜିତ ପଟ୍ଟନାୟକ, ରଂଜନ ପରିଡା, ରବିନ୍ଦ୍ର ବେହେରା, ମନ୍ମଥ ଜେନା, ଚନ୍ଦନ ଖବଲାର, ରବିନ୍ଦ୍ର ଗାହାଣ, ଅମରେଶ ପଟ୍ଟନାୟକ, ରମୋଶ ସାହୁ, ଜିତିନ ଦାସ, ନୀଳମଣି ସିଂହ, ରମେଶ ଭୂୟାଁ, ବିଜୟ ଦତ, ହିମାଂଶୁ ପାଢୀ, ପ୍ରେମୋଶ ମହାକୁଡଙ୍କ ସମେଶ ସହସ୍ରାଧିକ କର୍ମୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ