


ସମ୍ବଲପୁର/ନୂଆପଡା, ୦୧ ନଭେମ୍ବର (ହି.ସ.): ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗେଶ୍ୱର ମଣ୍ଡଳର କୋଟେନଚୁଆଁ ପଂଚାୟତର ଝାଞ୍ଜିମୁଣ୍ଡା ଠାରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଜନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ଶହେରୁ ଉର୍ଦ୍ଧ୍ୱ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିର ଆଭିମୁଖ୍ୟରେ ଆକର୍ଷିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଏହି ସମାବେଶରେ ମତଦାତା ମାନଙ୍କୁ ଉଦ୍ୱୋଧନ ଦେବା ସହ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରାଇବାକୁ ନିବେଦନ ଭିକ୍ଷା କରିଥିଲେ। ପରେ ପରେ ଏକ ବାଇକ୍ ଶୋଭାଯାତ୍ରା କୋଟେନଚୁଆଁ ପଂଚାୟତର ବିଭିନ୍ନ ଗ୍ରାମକୁ ପ୍ରଚାରରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଢୋଲକିଆ ଯାଇଥିଲେ । ଏଥିରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସମେତ ପୂର୍ବତନ ମନ୍ତ୍ରୀ ସମୀର ଦାସ, ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ସମେତ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ, ସମର୍ଥକମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ