
ଜୟପୁର, ୧ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ଆଜି “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ” ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଉତ୍ସାହ ଓ ଉତ୍ସବମୂଡ଼ରେ ଅନୁଷ୍ଠିତ ହେଲା।
‘ଆଜିର ଛାତ୍ର ଭାରତର ଭବିଷ୍ୟତ’ ବିଷୟ ଉପରେ ଆଧାରିତ ଏହି ସଚେତନତା ଅଭିଯାନ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ସମଗ୍ର କୋରାପୁଟ ସହର ପରିକ୍ରମା କରି ସଦଭାବନା ସଭାଗୃହରେ ଶେଷ ହେଲା। ଜିଲ୍ଲାପାଳ ନିଜେ ଅଭିଯାନରେ ଅଗ୍ରଣୀ ଭୂମିକା ନେଇ ସମସ୍ତ ଅଧିକାରୀ, ଛାତ୍ର ଓ ନଗରବାସୀଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଲେ।
ସମାଜରେ ସଚେତନତା ଓ ସତ୍ୟନିଷ୍ଠା ଗଢ଼ି ତୋଳିବାକୁ ଛାତ୍ର ଛାତ୍ରୀଙ୍କୁ ପ୍ରେରିତ କରି ଜିଲ୍ଲାପାଳ କହିଲେ, “ଆଜିର ଯୁବ ମନେ ଯଦି ସତ୍ୟ ଓ ନୀତିର ପଥେ ଚାଲନ୍ତି, ତେବେ ଭବିଷ୍ୟତ ଭାରତ ଦୁର୍ନୀତି ମୁକ୍ତ ହେବ।”
ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ସମ୍ମାନ ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି