ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ରେ ଜୀବନ ପ୍ରମାଣପତ୍ର ପ୍ରଦାନ
Free serve for pansioner Life cirtificate in Jan seva kendra
ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ରେ ଜୀବନ ପ୍ରମାଣପତ୍ର ପ୍ରଦାନ


କନ୍ଧମାଳ , ୧ ନଭେମ୍ବର (ହି.ସ.)

ବାଲିଗୁଡା ଉପ କୋଷାଗାର କାର୍ଯ୍ୟଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ର ରେ କାର୍ଯ୍ୟ ଆରମ୍ଭ ହୋଇଛି !ଉପ କୋଷାଗାର ଅଧିକାରୀ ସୁଧାକର କହଁର, ପ୍ରଭାତ ନାୟକ, ବନିତା ବେହେରା, ମିନତି କୁମାର ମିଶ୍ର

ମୋ ସେବା କେନ୍ଦ୍ର ର ଜିଲ୍ଲା ପରିଚାଳକ ତୁଷାରକାନ୍ତ ପ୍ରଧାନ, ଅଫିସ ରେ କାର୍ଯ୍ୟରତ ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ I ବାଲିଗୁଡା ଅଂଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସ ବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇ ଥିଲେ ! ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘର କୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି I ରାଜ୍ୟ ସରକାର ଙ୍କ ଏହି ଯୋଜନା କୁ ପେନସନ ଉପଭୋକ୍ତା ଧନ୍ୟବାଦ ଜଣେଇଛନ୍ତି I

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande