ନାବାଳିକା ଅପହରଣ, ଥାନାରେ ମାମଲା ରୁଜୁ
କୋରେଇ, ୦୧ ନଭେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତ କରଦା ଗ୍ରାମର ଜୈନିକ ନାବାଳିକା(୧୬) ନିଜ ଘରେ ଶୋଇଥିବା ବେଳେ ଚଳିତ ମାସ ୧୧ ତାରିଖ ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର କୁଶ ମହାଳିକ(୫୫) ଓ ତାଙ୍କ ବଡ ପୁଅ ଭଗବାନ ମହାଳିକ ( ୨୫) ଏକ ବାଇକ ଯୋଗେ ଆ
ନାବାଳିକା ଅପହରଣ, ଥାନାରେ ମାମଲା ରୁଜୁ


କୋରେଇ, ୦୧ ନଭେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତ କରଦା ଗ୍ରାମର ଜୈନିକ ନାବାଳିକା(୧୬) ନିଜ ଘରେ ଶୋଇଥିବା ବେଳେ ଚଳିତ ମାସ ୧୧ ତାରିଖ ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର କୁଶ ମହାଳିକ(୫୫) ଓ ତାଙ୍କ ବଡ ପୁଅ ଭଗବାନ ମହାଳିକ ( ୨୫) ଏକ ବାଇକ ଯୋଗେ ଆସି ନାବାଳିକାଙ୍କ ଘର ସମ୍ମୁଖରେ ରହିଥିଲେ । ନାବଳିକା ଦ୍ୱାର ଖୋଲିବା କ୍ଷଣି ସେମାନେ ଆଣିଥିବା ବାଇକରେ ତାଙ୍କୁ ବସାଇ ଦୃତଗତିରେ ସେଠାରୁ ଚମ୍ପଟ ମାରିଥିଲେ । ଏ ଘଟଣାକୁ ନାବଳିକାଙ୍କ ଜେଜେ ଦେଖିପାଟି କରିବାରୁ ପରିବାର ଲୋକେ ଉଠି ଖୋଜା ଖୋଜି କରିବା ସହିତ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ସେତେବେଳକୁ ସେମାନେ ନାବାଳିକାକୁ ନେଇ ସେଠାରୁ େ‘ରାର ହୋଇ ସାରିଥିଲେ । ଏନେଇ ନାବାଳିକାଙ୍କ ଜେଜେ ପରଦିନ ନାତୁଣିକୁ ଗତ ରାତିରେ ବାପ ପୁଅ ଅପହରଣ କରି ନେଇଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଏକ ମାମଲା ୩୨୯/୨୫ ରୁଜୁ କରି ହାତ ବାନ୍ଧି ବସିଛି । ଅପହରଣକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅପହାରଣକାରୀଙ୍କ ନିକଟରେ ପହଂଚି ପାରିନାହିଁ କି ନାବାଳିକାଙ୍କୁ ଉଦ୍ଧାର କରିବାରେ ସାମର୍ଥ୍ୟ ହୋଇନାହିଁ। ଯାହାକୁ ନେଇ ନାବାଳିକା ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଝିଅ ଅପହରଣକୁ ନେଇ ପୁରା ପରିବାର ଘୋର ମାନସିକ ଅବସାଦରେ ଥିବା ଜଣା ପଡିଛି । ଏ ଭଳି ଏକ ସମ୍ବେଦନଶିଳ ଘଟଣା ଉପରେ ଜିଲ୍ଲା ଏସ୍‌ପି ହସ୍ତେକ୍ଷପ କରିବାକୁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande