

ସମ୍ବଲପୁର, ୧ ନଭେମ୍ବର (ହି.ସ.)- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ୧୩ ଟି ଜିଲ୍ଲାର ୪୪ ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଆଇଏଏସ ପ୍ରୋବେସନର୍ ଶୁଭ୍ରା ପଣ୍ଡାଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମକର୍ତ୍ତା ଆଭାସୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସୂଚନାନୁଯାୟୀ, ଓଡ଼ିଶାର ୩ଟି ଜିଲ୍ଲା ତଥା କୋରାପୁଟ, ମୟୂରଭଞ୍ଜ, କଟକ, ଗଜପତି, କନ୍ଧମାଳ, ଢେଙ୍କାନାଳ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ବରଗଡ଼, ପୁରୀ, ରାୟଗଡ଼ା ଓ ବଲାଙ୍ଗୀରର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଛି । ସେହିପରି ସମ୍ବଲପୁର ଜିଲ୍ଲାର ବାମରା, ଜମନକିରା, ନାକଟିଦେଉଳ, ଯୁଜୁମୁରା ଏବଂ ମାନେଶ୍ବର ତହସିଲର ନୂତନ ଉପନିବନ୍ଧ କାର୍ଯ୍ୟାଳୟ ଏହି ଯୋଜନାର ଅନ୍ତର୍ଭୁକ୍ତ ଅଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ