


ସମ୍ବଲପୁର/ନୂଆପଡା, ୧ ନଭେମ୍ବର (ହି.ସ.)- ନୂଆପଡାରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ପ୍ରଚାର ସମୟରେ ଆଜି ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ମାଳା ପ୍ରଧାନ ଓ ସମିତି ସଭ୍ୟ ଡୋଳାମଣି ଶବର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଉପସ୍ଥିତିରେ ଏହି ଦୁଇ ଲୋକ ପ୍ରତିନିଧି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଡବଲ ଇଞ୍ଜିନ୍ ସରକାର ପ୍ରତି ଆକୃଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସରକାର ତାଙ୍କ ପଞ୍ଚାୟତକୁ ବିକଶିତ କରିପାରିବ ବୋଲି ଆଶାବ୍ୟକ୍ତ କରି ଏଥର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅକୁଣ୍ଠ ସମର୍ଥନ କରିଵେ ବୋଲି କହିଛନ୍ତି। ନୂଆପଡ଼ା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କ ବିଜେପିରେ ସାମିଲ ହେବା ଆମ ଦଳକୁ ଶକ୍ତିଶାଳୀ କରିଛି ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଏବଂ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ