ପଏଁରୀ ତିହାର-୨୦୨୬” ପାଇଁ ପ୍ରସ୍ତୁତି ଆରମ୍ଭ
ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁରର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗରେ ଆସନ୍ତା ଜାନୁୟାରୀ ୧ରେ ହେବାକୁ ଥିବା ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁ
ପଏଁରୀ ତିହାର-2026” ପାଈଁ ପ୍ରସ୍ତୁତି ଆରମ୍ଭ


ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁରର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗରେ ଆସନ୍ତା ଜାନୁୟାରୀ ୧ରେ ହେବାକୁ ଥିବା ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ସଂପାଦକ ଚୌଧୁରୀ ବିଭାର ବିଗତ ବର୍ଷର ଆୟ ବ୍ୟୟ ବିଷୟରେ ଆଲୋକପାତ କରିଥିଲେ । ଏ ବର୍ଷ ଜିଲ୍ଲାର ଲୋକ କଳା ତଥା ଜିଲ୍ଲାର ବରିଷ୍ଠ ଲୋକ କଳାକାର ମାନଂକ ଦ୍ବାରା ମଞ୍ଚରେ ପୁରୁଣା ଲୋକ ଗୀତ ଓ ଲୋକ ନୃତ୍ୟ ପରିବେଷଣ କରାଯିବ ବୋଲି ଚୌଧୁରୀ ବିଭାର ସୂଚନା ଦେଇଥିଲେ । ମାଁ ସୁରେଶ୍ୱରୀଙ୍କ ମନ୍ଦିର ପରିସରରେ ପୂଜାଅର୍ଚ୍ଚନା ସହିତ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ । ଏବଂ ପଶ୍ଚିମ ଓଡିଶାର ରାଧା କୃଷ୍ଣ ଦଣ୍ଡ ନୃତ୍ୟ ବିଷୟରେ ଦଣ୍ଡ ଗୁରୁ ମାନଙ୍କୁ ନେଇ ସେମିନାର ଓ କର୍ମଶାଳା କରିବାପାଇଁ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ଅଭିମନ୍ୟୁ କୁଶଳ ପ୍ରସ୍ତାବ ଦେଇଥିଲେ ।

ଏହି ବୈଠକରେ ଉପ ସଭାପତି ପ୍ରଫୁଲ୍ଲ ନାଏକଙ୍କ ସହିତ ସହ-ସଂପାଦକ ପୃଥିରାଜ ବାଗ କୋଷାଧ୍ୟକ୍ଷ- ସୁଶାନ୍ତ ସାହୁ, ଗୋପାଳ ମେହେର, ସୋମ୍ୟରଂଜନ ସେଠି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande