ତମସା କେନାଲ ନିକଟ ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ପୁଲିସ ଓ ସାଇଂଟିଫିକ ଟିମର ତଦନ୍ତ ଆରମ୍ଭ, ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ
ମାଲକାନଗିରି, ୧ ନଭେମ୍ବର (ହି.ସ.) - ତମସା କେନାଲ ନିକଟ ଏକ ଗଛ ରୁ ଜଣେ ଯୁବକ ର ଝୁଲନ୍ତା ମୃତ ଦେହ କୁ ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି, ପ୍ରାଥମିକ ତଦନ୍ତ ରୁ ଯାହା ଜଣା ପଡିଛି ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ମାଲକାନଗିରି ଥାନାସ୍ଥ ତମସା କେନାଲ
ତମସା କେନାଲ ନିକଟ ଗଛ ରୁ ଯୁବକ ର ଝୁଲନ୍ତା ମୃତ ଦେହ ଉଦ୍ଧାର, ପୁଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ, ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ।


ମାଲକାନଗିରି, ୧ ନଭେମ୍ବର (ହି.ସ.) - ତମସା କେନାଲ ନିକଟ ଏକ ଗଛ ରୁ ଜଣେ ଯୁବକ ର ଝୁଲନ୍ତା ମୃତ ଦେହ କୁ ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି, ପ୍ରାଥମିକ ତଦନ୍ତ ରୁ ଯାହା ଜଣା ପଡିଛି ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ମାଲକାନଗିରି ଥାନାସ୍ଥ ତମସା କେନାଲ ନିକଟ ଏକ ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି,ଇତି ମଧ୍ୟ ରେ ମୃତକ ଯୁବକ ପରିଚୟ ମିଳିଛି,ସେ ହେଲେ ଏମଭି-୮୬ ଗ୍ରାମର ସୁଜନ ରାୟ(୨୪)। ପ୍ରେମ ପ୍ରସଙ୍ଗକୁ ନେଇ ଯୁବକ ଆତ୍ମହତ୍ୟା କରି ଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଗଛ ରେ ଜଣେ ଯୁବକର ମୃତ ଶରୀର ଝୁଲୁଥିବାର ଦେଖି ଗ୍ରାମ ବାସୀ ମାଲକାନଗିରି ଥାନା ପୁଲିସକୁ ଜଣାଇଥିଲେ। ମାଲକାନଗିରି ଆଦର୍ଶ ଥାନା ଅଧିକାରି ରିଗାନ କିଣ୍ଡୋଙ୍କ ନେତୃତ୍ୱ ରେ ପୁଲିସ ସଦଳବଳ ଓ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକଙ୍କ ଘର ପଦ୍ମଗିରି ପଂଚାୟତ ଏମଭି ୮୬ ଗ୍ରାମ ର ଶୁକରଞ୍ଜନ ରାୟଙ୍କ ପୁଅ ସୁଜନ ରାୟ ବୋଲି ଜଣା ପଡିଛି। ସେ କିଛି ମାସ ହେଲା ମାଲକାନଗିରି ନିକଟ ଏମଭି ୪୨ ଗ୍ରାମ ରେ ରହୁଥିଲେ ସାଇଂଟିଫିକ ଟିମ ଓ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande