
ଜୟପୁର, ୧ ନଭେମ୍ବର (ହି.ସ.) - ଜୟପୁର ଏମଜି ରୋଡର ସପ୍ସପ୍ରସାରଣ ସହ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲା ପୌରପାଳିକା। କିନ୍ତୁ ଏକ ବର୍ଷ ପୁର୍ତି ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ କାମ ସରୁ ନଥିବା ଯୋଗୁଁ ଆଜି ବିଜେପି ନେତା ଓ ଏମଜି ରୋଡ ବ୍ୟବସାୟୀ ମାନେ ପୁର୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ଯଦି ଆସନ୍ତା ଜାନୁଆରୀ ସୁଦ୍ଧା କାମ ନ ସରିଲେ ପୁର୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନି ଦେଇଛନ୍ତି।
ଡ୍ରେନ ରାସ୍ତା ନିର୍ମାଣ କରିବା ପାଇଁ ପୂର୍ତ ବିଭାଗ ଦାୟୀତ୍ୱ ନେଇଥିଲେ ହେଁ ଡ୍ରେନ ନିର୍ମାଣ ଓ ରାସ୍ତା କଡରୁ ପୋଲ ଉଠାଇବା କାମ ମନ୍ଥର ଗତିରେ ଚାଲିଛି। କାମ ସାରିବାର ଅବଧି ସରିଯାଇଥିଲେ ମଧ୍ୟ ୭୦ ପ୍ରତିଶତ ବ୍ୟବସାୟୀଙ୍କ ବ୍ୟବସାୟ ପୂର୍ବ ଅପେକ୍ଷା କମ ହୋଇଛି। ଗତ ୧୧ ମାସ ହେଲା ଏହି ଅଂଚଚରେ ଲୋକେ ଯାତାୟତ କରିବାକୁ ଇଚ୍ଛା ଥିଲେ ମଧ୍ୟ ମନ ଭାଙ୍ଗିଦେଇଛନ୍ତି। ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ ବେହେରା ପ୍ରକାଶ କରିଛନ୍ତି ବର୍ଷା ଯୋଗୁଁ କାମ ଅଟକିଥିଲା। ରାସ୍ତାରେ ଥିବା ବିଦ୍ୟୁତ ଖୁଂଟ ସ୍ଥାନାନ୍ତର ପ୍ରକିୟା ମଧ୍ୟ ଅଟକିଛି। ବାରମ୍ବାର ଚିଠି ପରେ ମଧ୍ୟ ବିଦ୍ୟୁତ ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ପାଲଟିଛି। ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବ୍ରତ ସିପ୍ସହ କହିଛନ୍ତି ବିଭାଗ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ନୂତନ ପାଇପ ମାଧ୍ୟମରେ ଦୋକାନ ଗୁଡିକୁ ଦିଆଯାଇଛି। ଏମଜି ରୋଡ ସପ୍ସପ୍ରସାରଣ ପାଇଁ ୨୦୨୪ ନଭେମ୍ବର ୧୪ ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଚିହ୍ନଟ ସ୍ଥାନ ପର୍ଯ୍ୟନ୍ତ ମାଲିକମାନେ ନିଜେ ଭାଙ୍ଗିଥିଲେ। ରୋଡ ଏବପ୍ସ ଡ୍ରେନ ନିର୍ମାଣ ପାଇଁ ୨୦୨୪ ନଭେମ୍ବର ୨୧ ରେ ପୂର୍ତ ବିଭାଗ ଟେଣ୍ତର ଡାକିଥିଲା। ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଥିଲା ଡ୍ରେନ ନିର୍ମାଣ କାମ। ୍େୱଲକମ ଛକ ରୁ ଗାନ୍ଧୀଛକ ପର୍ଯ୍ୟନ୍ତ ୧.୩୦୭ କିମି ରାସ୍ତା ନିର୍ମାଣ ପାଇଁ ସ୍ଥିର କରାଯାଇଛି। ରାସ୍ତାର ଓସାର ୪୦ ଫୁଟ ରହିବ। ଯେଉଁଠି ଅଧିକ ଓସାର ଥିବ ସେଠାରେ ୭ମିଟର ପିଚୁ ପରେ ପେଭର ବ୍ଲକ ପକାଯିବାକୁ ନିଷ୍ପତି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି