
ଭଦ୍ରକ, ୧ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତର ନୂଆ ରେସନ କାର୍ଡରେ ନାମ ସଂଯୋଗୀକରଣ ପାଇଁ ୨୨୦ ଜଣ ଅନ ଲାଇନରେ ଆବେଦନ କରିଥିଲେ। ପଂଚାୟତର ପିଇଓ ରବିନ୍ଦ୍ର କୁମାର ଧଳ ଓ ଏଡିଇଓ ହିମାଳୟ ନାୟକ ତଦନ୍ତ କରି ସେଥି ମଧ୍ୟରୁ ୪୭ ଜଣଙ୍କ ନାମ କାଏମ ରଖିଥିଲେ। ଯେଉଁଥିରେ ବହୁ ସ୍ୱଚ୍ଛଳ ତଥା ଅଯୋଗ୍ୟ ବ୍ୟକ୍ତି ଥିବାର ଅନୁଭବ କରିଥିଲେ ସମାଜସେବୀ ବଳରାମ ଦାଶ।ଏହି ତୃଟି ସଂଶୋଧନ କରି ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ ପାଇଁ ଦୁଇ ଅଧିକାରୀଙ୍କୁ ନିବେଦନ କରିଥିଲେ। ଏଭଳି ଅନ୍ୟାୟକୁ ଦୃଢ଼ ବିରୋଧ ସହ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ରୋକ ଠୋକ କହିଥିଲେ ଶ୍ରୀ ଦାଶ। ଶ୍ରୀ ଦାଶଙ୍କୁ ମଧ୍ୟ ଶ୍ରୀ ଧଳ ତୁମେ କିଏ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରି। ପରେ ବିଡିଓଙ୍କ ନିକଟରେ ଓଲଟି ଶ୍ରୀ ଦାଶଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାଯାଏ। ଏଠାରେ ସୂଚନା ଯୋଗ୍ୟ ଯେ, ଭଗବାନପୁର ପଂଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ଧଳ ଙ୍କ ବହୁଦିନରୁ ଭଦ୍ରକ ବ୍ଲକ କୁ ବଦଳି ହୋଇଥିଲେ ମଧ୍ୟ ସେ ରିଲିଭ ନହୋଇ ବିଭିନ୍ନ ଦୁର୍ନୀତି କରିଚାଲିଛନ୍ତି। ନିକଟରେ ପଂଚାୟତରେ ଅକାମୀ ହୋଇଥିବା ଷ୍ଟ୍ରୀଟ ଲାଇଟ ଗୋଟିଏ ବି ମରାମତି ନକରି ଦୁଇଲକ୍ଷ ଟଙ୍କା ମିଥ୍ୟା ବିଲ କରି ଅର୍ଥ ହଡ଼ପ କରିଥିବା ଗଣ ମାଧ୍ୟମରେ ପ୍ରଚାର ପରେ ଏକ ଲକ୍ଷ ଅଶି ହଜାର ଟଙ୍କା ପଂଚାୟତ ଜମା ବହିରେ ଜମା କରିଥିଲେ। ଏହି ଘଟଣାରେ ବ୍ଲକ ଓ ଜିଲ୍ଳା ପ୍ରଶାସନକୁ ଚାପ ପ୍ରୟୋଗ କରି ନିରବ କରିଥିବା ଏଭଳି ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କୁ ଭଗବାନପୁର ପଂଚାୟତରୁ ତୁରନ୍ତ ବଦଳି କରିବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ