ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୧୫.୦ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୧୪.୨ ମି.ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୧୫.୦ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୧୪.୨ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୧୨.୨ ମି.ମି., କଟକ ଜିଲ୍ଲାର ତିଗିରିଆରେ ୧୨.୦ ମି.ମି., ନରସିଂହପୁରରେ ୧୨.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗନ୍ଦିଆରେ ୯.୦ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୯.୦ ମି.ମି., ବରପାଲିରେ ୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୮.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୮.୦ ମି.ମି., ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦରେ ୬.୨ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ନୂଆଗାଁରେ ୬.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande