
ରାୟପୁର, ୦୧ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି ଯେ ରାଷ୍ଟ୍ରକୁ ବିକଶିତ କରିବାର ଯାତ୍ରାରେ ବ୍ରହ୍ମାକୁମାରୀ ପରି ସଂସ୍ଥାମାନଙ୍କ ଭୂମିକା ବହୁତ ମହତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ବ୍ରହ୍ମାକୁମାରୀର ନୱା ରାୟପୁର ସେକ୍ଟର-୨୦ରେ ନବନିର୍ମିତ ବ୍ରହ୍ମାକୁମାରୀ ସଂସ୍ଥାନର ଭବ୍ୟ ଶାନ୍ତି ଶିଖର ରିଟ୍ରିଟ୍ ସେଂଟର ଏକାଡେମୀ ଫର୍ ଏ ପିସ୍ଫୁଲ୍ ୱାର୍ଲ୍ଡର ଉଦ୍ଘାଟନ ଏବଂ ରଜତ ମହୋତ୍ସବ ସମାରୋହକୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବ୍ରହ୍ମାକୁମାରୀ ସଂସ୍ଥାନରୁ ନିଜ ସମ୍ବନ୍ଧ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ସେବା ହିଁ ବ୍ରହ୍ମାକୁମାରୀ ସଂସ୍ଥାର ପରିଚୟ ଅଟେ। ଏହି ଅବସରରେ ରାଜ୍ୟପାଳ ରମେନ ଡେକା ଏବଂ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମାକୁମାରୀ ସଂସ୍ଥାର ଶାନ୍ତି ଶିଖର କାର୍ଯ୍ୟକ୍ରମରେ ସାମିଲ ହୋଇ ଛତିଶଗଡ଼ ସହିତ ଝାରଖଣ୍ଡ ଏବଂ ଉତରାଖଣ୍ଡ ରାଜ୍ୟର ସ୍ଥାପନା ଦିବସର ଶୁଭକାମନା ଦେଇଥିଲେ। ସେ କହିଛନ୍ତି ଯେ ଆଜିର ଦିନ ବିଶେଷ ଅଟେ, କାହିଁକିନା ତିନି ରାଜ୍ୟ ନିଜର ସ୍ଥାପନାର ୨୫ ବର୍ଷ ପୂରା କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟର ବିକାଶରେ ଦେଶର ବିକାଶ ନିହିତ ଅଟେ। ଏହି ମନ୍ତ୍ରରେ ଚାଲୁଥିବା ଆମେ ଭାରତକୁ ବିକଶିତ ରାଷ୍ଟ୍ର ବନାଇବାର ଅଭିଯାନରେ ଲାଗିଯାଇଛୁ। ସେ କହିଛନ୍ତି ଯେ ତାଙ୍କର ତାଙ୍କର ଏହି ଆଧ୍ୟାତ୍ମିକ ଆନ୍ଦୋଳନରେ ଦଶନ୍ଧି ପୁରୁଣା ସଂଯୋଗ ରହିଛି। ମୁଁ ବ୍ରହ୍ମାକୁମାରୀ ସଂସ୍ଥାକୁ ବଟବୃକ୍ଷ ପରି ବଢ଼ିବା ଦେଖିଛୁ। ୨୦୧୧ରେ ଅହମ୍ମଦାବାଦରେ ଫ୍ୟୁଚର ଅଫ୍ ପାୱାର କାର୍ଯ୍ୟକ୍ରମ ହେଉ ବା ୨୦୧୨ରେ ସଂସ୍ଥାର ୭୫ ବର୍ଷର ଉତ୍ସବ, ମାଉଂଟ ଆବୁ ଏବଂ ଗୁଜରାଟର କାର୍ଯ୍ୟକ୍ରମରେ ଯିବା ମୋର ଜୀବନର ଅଂଶ ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି