ପ୍ରସିଦ୍ଧ ଶୈବପୀଠ ଚରଦାରେ ଦଶମୀ ଯାତ୍ରା ମହାସମାରୋରେ ପାଳିତ
ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ମାସ ଦଶମୀ ତିଥିରେ ଏ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ଠାରେ ଅନୁଷ୍ଠିତ ହେଉଥିବା ଦଶମୀ ଯାତ୍ରା ଅବସରରେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା । ଭୋରରୁ ବାବା କପିଳେଶ୍ୱର ଓ ମାଁ ଚର୍ଦେଇ ଙ୍କୁ ରୀତିନୀତି ଅନୁଯାୟୀ ପୂଜ
ପ୍ରସିଦ୍ଧ ଶୈବପୀଠ ଚରଦାରେ ଦଶମୀ ଯାତ୍ରା ମହାସମାରୋରେ ପାଳିତ


ପ୍ରସିଦ୍ଧ ଶୈବପୀଠ ଚରଦାରେ ଦଶମୀ ଯାତ୍ରା ମହାସମାରୋରେ ପାଳିତ


ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ମାସ ଦଶମୀ ତିଥିରେ ଏ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ଠାରେ ଅନୁଷ୍ଠିତ ହେଉଥିବା ଦଶମୀ ଯାତ୍ରା ଅବସରରେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା । ଭୋରରୁ ବାବା କପିଳେଶ୍ୱର ଓ ମାଁ ଚର୍ଦେଇ ଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା। ଘଣ୍ଟ, ଶଙ୍ଖ ହୁଳହୁଳି ଓ ଜୟ ଜୟ ଧ୍ୱନି ରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ରହିଥିଲେ ।ଅପରାହ୍ନରେ ମାଁ ଚରଦେଇଙ୍କୁ ଗମ୍ଭୀରା ଭିତରୁ ବାହାର କରାଯାଇ ଛତର ସହ ବରୁଆଙ୍କ ନୃତ୍ୟ ଓ ଢୋଲ,ନିଶାଣର ତାଲେ ଚାଲେ ଏକ ବିରାଟ ଶୋଭାଯାତ୍ରାରେ ନିକଟ କଲାସି କୁଠୀ ନିଆଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ଦର୍ଶନ କରିବାର ସୁଯୋଗ ନେଇଥିଲେ । ଅନ୍ୟପକ୍ଷରେ କରତଙ୍ଗ, ବାଉଁଶୁନି ,ନନ୍ଦନମାଲ, କୌଡ଼ିଆମୁଣ୍ଡା ,ସେଲେଡି ,ତୁଲୁଣ୍ଡୁ ପାଲି,ବଳରଙ୍ଗା ପ୍ରଭୃତି ଗ୍ରାମରୁ ବରୁଆ ମାନେ ନିଜ ଛତ୍ର ସହ ନାଚି ନାଚି ପୀଠକୁ ଆସି ବାବା କପିଳେଶ୍ୱରଙ୍କୁ ବର ମାଗି ନିଜ ଗନ୍ତବ୍ୟ ସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବରୁଆ ମାନଙ୍କ ନୃତ୍ୟ ଓ ଦେବାଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।ଅନୁଷ୍ଟିତ ଏହି ଯାତ୍ରା ପରିଚାଳନାରେ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ସଦସ୍ୟ, ସେବାୟତ,ପଞ୍ଚାୟତ ପ୍ରତିନିଧି, ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande