
ବାରିପଦା, 1 ନଭେମ୍ବର (ହି.ସ.):- ରାସ୍ତାରେ ମୋଟର ସାଇକେଲରେ ଯାଉଥିବା ବେଳେ କୁକୁର ପଶି ଦୁର୍ଘଟଣା ଘଟିବାରୁ ଜଣକ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କଇଁଫୁଲିଆ ଅଞ୍ଚଳର ହରି ମାଝୀ। ହରି ବାଇକରେ ରାସ୍ତାରେ ଯାଉଥିବା ସମୟରେ ମୁର୍ଗାବାଡ଼ି ସ୍ଥିତ ଗ୍ରାଣ୍ଡ ଗଳିରେ ହଠାତ ଏକ କୁକୁର ଧାଇଁ ଆସି ବାଇକ ଭିତରେ ପଶି ଯାଇଥିଲା। ଯାହା ଫଳରେ ଭାରସାମ୍ୟ ହରାଇ ରାସ୍ତା ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ତାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ