ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ
National savings weak program in Phulbani
ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ


କନ୍ଧମାଳ, ୧ ନଭେମ୍ବର (ହି.ସ.) ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ଫୁଲବାଣୀ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟରେ ଏକ ବିଶେଷ ଅଭିଯାନର ଆୟୋଜନ କରାଯାଇଥିଲା| ଏଠାରେ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାଶ, ସହକାରୀ ଶିକ୍ଷକ ସଂଜୀବ କୁମାର ନାୟକ ଓ ଫୁଲବାଣୀ ମୁଖ୍ୟ ଡାକଘର ବ୍ୟବସାୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେଷଦେବ ସାହୁ ଅତିଥି ଭାବରେ ଉପସ୍ଥିତ ରହି ସୁକନ୍ୟା ସମୃଦ୍ଧି ଯୋଜନାର ଗୁରୁତ୍ଵ ବିଷୟରେ ଛାତ୍ର ଛାତ୍ରୀ ଓ ତାଙ୍କର ଅଭିଭାବକମାନଙ୍କୁ ବୁଝାଇଥିଲେ |

ଏହି ବୈଠକଟିକୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ| ଶ୍ରୀ ପାଳ ଏହି ବୈଠକ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ଓ କହିଥିଲେ ଯେ ଝିଅ ଆମର ପଢିବ ବଢିବ, ଦେଶର ଉଜ୍ଜ୍ୱଳ ଭବିଷ୍ୟ ଗଢିବଏବଂ ବେଟି ବଚାଓ , ବେଟି ପଢ଼ାଓ ଉପରେ ଗୁରୁତ୍ଵ ଦେଇଥିଲେ| ବୃକ୍ଷ ଓ ସଞ୍ଚୟର ସମ୍ପର୍କ ବିଷୟରେ ପିଲାଙ୍କୁ ଅନୁପ୍ରାଣିତ କରିବାକୁ ଯାଇ ଶ୍ରୀ ପାଳ, ସଞ୍ଚୟ ବୃକ୍ଷର ପ୍ରତୀକ ହିସାବରେ ଘର ଭିତରେ ଲଗାଯାଉଥିବା ଗଛ (ଏରିକା ପାମ) ପ୍ରଧାନ ଶିକ୍ଷକଙ୍କୁ ଭେଟ ଦେଇଥିଲେ ଓ ତାଙ୍କୁ ଶ୍ରେଣୀ ଗୃହରେ ଗୋଟେ ଗଛ ରଖିବା ପାଇଁ ଅନୁରୋଧ କରିଥିଲେ ଯାହା ଫଳରେ ପିଲା ମାନେ ପରିବେଶ ସଂରକ୍ଷଣ ଓ ଆର୍ଥିକ ସଞ୍ଚୟ ଭଳି ମୂଲ୍ୟ ବାଲ୍ୟ କାଳରୁ ଶିଖି ପାରିବେ |

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande