ଦରିଦ୍ରନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
କେନ୍ଦୁଝର, 1 ନଭେମ୍ବର (ହି.ସ.) ଦରିଦ୍ରନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ଅଳତୀର ପ୍ରାଙ୍ଗଣ ବିଜ୍ଞାନ ମେଳାର ଆଲୋକ, ଉତ୍ସାହ ଓ ନବୀନ ଆବିଷ୍କାରରେ ଖେଳିଗଲା। ଛାତ୍ରଛାତ୍ରୀ ତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରତି ଅଭିନିବେଶ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଦ୍ୟାଳୟରେ ବିଜ୍ଞାନ ମେଳାର ଆୟୋଜ
ଦରିଦ୍ରନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ


କେନ୍ଦୁଝର, 1 ନଭେମ୍ବର (ହି.ସ.) ଦରିଦ୍ରନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ଅଳତୀର ପ୍ରାଙ୍ଗଣ ବିଜ୍ଞାନ ମେଳାର ଆଲୋକ, ଉତ୍ସାହ ଓ ନବୀନ ଆବିଷ୍କାରରେ ଖେଳିଗଲା। ଛାତ୍ରଛାତ୍ରୀ ତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରତି ଅଭିନିବେଶ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଦ୍ୟାଳୟରେ ବିଜ୍ଞାନ ମେଳାର ଆୟୋଜନ ନ କରାଯାଇଥିଲା । ସ୍ଥାନ ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ବରାଳ ମୁଖ୍ୟ ଅତିଥ୍‌ ଭାବରେ ଉପସ୍ଥିତ ଥାଇ ଏହି ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ । । ଏହି ଉତ୍ସବର ମୁଖ୍ୟ ବକ୍ତା ଭାବରେ ସମାଜ ସେବୀ ଡା. ରତିକାନୁ ବରାଳ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ଓ ତାହାର ପ୍ରୟୋଗିକ ଦିଗ ଉପରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ । ସମାଜ ସେବୀ ପ୍ରଭାତ ବରାଳ, ଘନଶ୍ୟାମ ସାହୁ, ପ୍ରଶାନ୍ତ କୁମାର ରାଉତ, ପ୍ରଶନ୍ନ କୁମାର ନାୟକ, କାର୍ଷିକ ପ୍ରସାଦ ଶତପଥ୍, ନରେନ୍ଦ୍ର ମାଝୀ ଆଦି ସମ୍ମାନୀୟ ଅତିଥୂବୃନ୍ଦ ଏହି କାର୍ଯ୍ୟକ୍ରମ କ୍ରମକୁ ମାନ୍ୟତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାମଚନ୍ଦ୍ରପୁର ସ୍ଥିତ ଏଲ.ଏନ. ହାଇସ୍କୁଲର ପ୍ରଧାନ ଶିକ୍ଷକ ବରିଷ୍ଠ ଅତିଥ୍‌ ଭାବରେ ଯୋଗ ଦେଇଥିଲେ । ଶ୍ରୀମତୀ ସୁଜାତା ସୁତାରଙ୍କ ସୁଚିନ୍ତିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶତ୍ରୁଘନ ସାହୁ ବିଭିନ୍ନ ବିଜୟୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ସ୍କାର ପ୍ରଦାନ କରି ସମ୍ବନ୍ଧିତ କରିଥିଲେ। ଶିକ୍ଷୟତ୍ରୀ ସସ୍ମିତା ସାହୁ ଅତିଥ୍‌ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶ୍ରୀମତୀ ସୁଜାତା ନାୟକ, ଶ୍ରୀ ଚଗଲା ସାହୁ, ଶ୍ରୀ ପ୍ରସନ୍ନ ସାହୁ, ଶ୍ରୀ ରାଜେଶ ଦାସ ଆଦି ମଞ୍ଚ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମର ସଫଳତାକୁ ନିଶ୍ଚିତ କରିଥିଲେ।ଏହି ବିଜ୍ଞାନ ମେଳା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ଯରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ତାଙ୍କର ମନନଶୀଳତା ଓ ପ୍ରତିଭାକୁ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥୁବା ନିଃସନ୍ଦେହ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande