
କେନ୍ଦୁଝର, ୧ ନଭେମ୍ବର (ହି.ସ.) - କେନ୍ଦୁଝର ପିଏମ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ସହକାରୀ ବିଜ୍ଞାନ ଶିକ୍ଷକ ସୁନନ୍ଦ ଚରଣ ରଣାଙ୍କ ଅବସର କାଳୀନ ବଧାଇ ଉତ୍ସବ ଶ୍ରଦ୍ଧା ଓ ସମ୍ମାନ ସହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷାଧୂକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ଶିକ୍ଷାର ବିକାଶ କ୍ଷେତ୍ରରେ ଶ୍ରୀ ରଣାଙ୍କ ନିଷ୍ଠାପର ସହଯୋଗକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥୁ ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନୀଳମଣି ସାହୁ,ସତ୍ୟାନନ୍ଦ ମିଶ୍ର,ଉମାକାନ୍ତି ମହାନ୍ତିଙ୍କ ସମେତ ଅନ୍ୟ ବିଦ୍ୟାଳୟର ସୁନାମଧନ୍ୟ ଅବସରପ୍ରାପ୍ତ ଏବଂ ବର୍ତମାନର ଶିକ୍ଷକ, ଶିକ୍ଷିକାମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଝଡ଼େଶ୍ୱର ମିଶ୍ର,ଏନ ଏସ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବେଳା ରାଉତ,ମୋଚିବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତେଜସ୍ୱିନୀ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ତଥା କବି ମଧୁସୂଦନ ମିଶ୍ର, ବେହେରା, ପରମେଶ୍ୱର ବେହେରା,ଡମ୍ବରୁଧର ମହାନୁ,ଦୀପକ ମିଶ୍ର, ସଂଯୁକ୍ତା ମହାନ୍ତି, ଜୟନ୍ତୀ ଥାଟୋଇ, ଦୀନବନ୍ଧୁ ମିଶ୍ର, ଲୀଳା ପଢିଆର ପ୍ରମୁଖ ଶ୍ରୀ ରଣାଙ୍କ ଶିକ୍ଷାଭିତିକ ଲକ୍ଷ୍ୟ ଓ ଦାୟିତ୍ରବୋଧର ଅବତାରଣା କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ବଧାଇ ଉତ୍ସବରେ ଶିକ୍ଷକ ଶ୍ରୀ ରଣାଙ୍କ ଶିକ୍ଷାଦାନର ଦକ୍ଷତା ଓ ରଙ୍ଗାଧର ଅବଦାନ ସମ୍ପର୍କରେ ମତପୋଷଣ କରାଯାଇ ଥିଲା। ମୁଖ୍ୟ ଅତିଥ୍ ତଥା ଜିଲ୍ଲା ଶିକ୍ଷାକାରୀ ମାନପତ୍ର ପ୍ରଦାନ କରିଥିବା ବେଳେ ଶ୍ରୀ ରଣାଙ୍କ କର୍ମମୟ ଜୀବନଯାତ୍ରାକୁ ନେଇ ପ୍ରକାଶିତ ପୁସ୍ତକ ପଥତୀର୍ଥ' ଉନ୍ମୋଚିତ ହୋଇଥିଲା । ଉକ୍ତ ବିଦାୟ ବଧାଇ ଉତ୍ସବରେ ବହୁ ବଦ୍ଧିଜୀବୀ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA