ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ,ସୁସ୍ଥତା ପାଇଁ ସିଡନୀରେ ରହିବେ
ନୁଆଦିଲ୍ଲୀ, 1 ନଭେମ୍ବର (ହି.ସ)-ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ଶନିବାର ଜାରି ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ଆୟର ବର୍ତ୍ତମାନ ସିଡନରେ ମେଡିକାଲ ତ
ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ,ସୁସ୍ଥତା ପାଇଁ ସିଡନୀରେ ରହିବେ


ନୁଆଦିଲ୍ଲୀ, 1 ନଭେମ୍ବର (ହି.ସ)-ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମ

ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ବିସିସିଆଇ (ଭାରତୀୟ

କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ଶନିବାର ଜାରି ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ଆୟର ବର୍ତ୍ତମାନ ସିଡନରେ ମେଡିକାଲ ତତ୍ୱବଧାନରେ

ସୁସ୍ଥତା ଜାରି ରଖିବେ ଏବଂ ସମ୍ପୁର୍ଣ୍ଣ ସୁସ୍ଥତା ହେବା ପରେ ହିଁ ଭାରତ ଫେରିବେ।

ଶ୍ରେୟସ ଆୟର 25 ଅକ୍ଟୋବର

2025ରେ ଅଷ୍ଟ୍ରେଲିଆ ବିରୋଧରେ ତୃତୀୟ ୱାନଡେ ମ୍ୟାଚ ସମୟରେ ଫିଲ୍ଡିଂ କରିବା ସମୟରେ ପେଟରେ

ଗୁରୁତର ଆଘାତ ଲାଗିଥିଲା।ପରୀକ୍ଷାରୁ ଜଣାପଡିଲା ଯେ ତାଙ୍କ ପ୍ଲିହାରେ କଟ ଲାଗିବା ଯୋଗୁଁ

ଅଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିଲା।ଡାକ୍ତର ତୁରନ୍ତ ଚିକିତ୍ସା କରି ରକ୍ତସ୍ରାବ କୁ ନିୟନ୍ତ୍ରଣ

କରିଥିଲେ ଏବଂ ସାମାନ୍ୟ ପ୍ରକ୍ରିୟା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande