ସୁବର୍ଣ୍ଣପୁର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ସଂସ୍କୃତି ଭବନ, ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ପଟାଭାଡ଼ି ବୀର ସୁରେନ୍ଦ୍ର ସାଏ ଛକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୯.୦୦ ଟା ରେ ସମୟରେ ପହଂଚ
ସୁବର୍ଣ୍ଣପୁର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ସଂସ୍କୃତି ଭବନ, ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ପଟାଭାଡ଼ି ବୀର ସୁରେନ୍ଦ୍ର ସାଏ ଛକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୯.୦୦ ଟା ରେ ସମୟରେ ପହଂଚିଥିଲା । ଏହି ପଦଯାତ୍ରାରେ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ଛାତ୍ରଛାତ୍ରୀ, ଖେଲୋ ଇଣ୍ଡିଆ ଛାତ୍ର ଛାତ୍ରୀ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ, ସି.ଆ.ର୍ପି ଓ ଏମ.ବି.କେ ମାନେ ଯୋଗଦେଇଥିଲେ। ଓ ଦୁର୍ନୀତି ହଟାଓ ଦେଶ୍ ବଚାଓ ନାରା ପ୍ରଦର୍ଶନ କରିଥିଲେ । ଏହି ପଦଯାତ୍ରାକୁ ଜିଲ୍ଲାପାଳ ଡ଼ .ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ପଦଯାତ୍ରା ପରେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ରେ ଓ ଦୁର୍ନୀତି ନିବାରଣ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଭିଜିଲାନ୍ସ ଉପ -ଆରକ୍ଷୀ ଅଧିକ୍ଷକ ଗୀତାଞ୍ଜଳି ପଧାନ, ଜିଲ୍ଲା ପଂଚ।।ୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ପ୍ରକଳ୍ପ ସାଯୋଜକ, ମିଶନ ଶକ୍ତି ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଓ ଅନେକ ସାମ୍ୱାଦିକ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ସଚେତନତା ସଭାରେ ଉପ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର ଓ ସମ୍ମାନିତ ଅତିଥି, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ଦୁର୍ନୀତି ନିବାରଣ ସଚେତନତା ତାଙ୍କ ଭିଜିଲାନ୍ସ ଶାଖାର କାର୍ଯ୍ୟ କଳାପ ଓ ସଫଳତା ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ତାପରେ ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି ଦୁର୍ନୀତି ନିବାରଣ ସଚେତନତା ଉପରେ ସେମାନଙ୍କର ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଅଧିକାରୀ, କର୍ମଚାରୀ, ଛାତ୍ର ଛାତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉପଦେଶ ଓ ପରାମର୍ଶ ଦେଇ ସଚେତନ କରାଇଥିଲେ। ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଭାରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande