
ଭଦ୍ରକ, ୧ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ତିଶଳପୁର ସରକାରୀ ଉପ୍ରା ବିଦ୍ୟାଳୟକୁ ଓସେପାର ଡେପୁଟି ଡାଇରେକ୍ଟର ସୁଶ୍ରୀ ପ୍ରାଚୀ ତନୟା ଗିରି ତଥା ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତୃପ୍ତିମୟୀ ପାତ୍ର ପରିଦର୍ଶନରେ ଆସିଥିଲେ। ପ୍ରଥମ, ଦ୍ୱିତୀୟ ତୃତୀୟ ଶ୍ରେଣୀ ପିଲାମାନଂକୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସଠିକ ଉତର ପାଇବାରୁ ବେଶ ଖୁସି ହୋଇ ଥିଲେ। ବିଦ୍ୟାଳୟର ପରିବେଶ ସହ ସୁନ୍ଦର ବଗିଚା ଦେଖି ଆନନ୍ଦ ପ୍ରକାଶ କରିଥିଲେ। ବିଦ୍ୟାଳୟର ପାଚିକା ସାହାୟୀକାଙ୍କ ସହ ଭାବ ବିନିମୟ କରିଥିଲେ! ମୋ ସ୍କୁଲ ଅଭିଯାନ ରେ ବିଦ୍ୟାଳୟରେ ହୋଇ ଥିବା ୱାଟର ଫାଉଟେନ, ପ୍ରାଥନା ଘର, ଡାଇନିଂ ହଲ ଓ ସଭା ଘରର ସାଜସଜ୍ଜା ଦେଖି ବହୁତ ପ୍ରଶଂସା କରିଥିଲେ। ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଝୁରନବାଳା ଖୁଂଟିଆ, ଶିକ୍ଷକ ବିଜୟ କୁମାର ଶୁକ୍ଳ, ମୀରାଲକ୍ଷ୍ମୀ ମହାନ୍ତି, ସୁରେନ୍ଦ୍ର ପଲାଇ, ମନୋଜ ଦାସ, ନିରୁପମା ପଣ୍ଡା, ଦିପକ ନାୟକ, ବଟକୃଷ୍ଣ ମହାପାତ୍ର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ