
ବାରିପଦା, 1 ନଭେମ୍ବର (ହି.ସ.) କିଛି ଦିନର ବ୍ୟବଧାନ ପରେ ବାରିପଦା ସହରରେ ପୁଣି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ବିଜୟରାମଚନ୍ଦ୍ରପୁର ଅଞ୍ଚଳରେ ଏକ ତାଲା ବନ୍ଦ ଥିବା ଘରୁ ଚୋରୀକୁ ନେଇ ମିନତୀ ସୋରେନ ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି। ସେ ଏକ ଦଶାହ କାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହିତ ଶୁଳିଆପଦା ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ଗ୍ୟାଙ୍ଗ ତାଳାବନ୍ଦ ଘରୁ ଚୋରୀ କରିଛନ୍ତି। ତାଲାବନ୍ଦ ଘରେ ଦୁର୍ବୁତ୍ତ ମାନେ ପଶି ଆଲମାରୀ ଭାଙ୍ଗି ବିଭିନ୍ନ ସୁନା ଅଳଙ୍କାର ଓ ୫୦,୦୦୦ଟଙ୍କା ଚୋରୀ କରିଛନ୍ତି। ଚୋରୀ ସୁନା ଅଳଙ୍କାର ମୂଲ୍ୟ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ। ଏ ବାବଦରେ ମିନତୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ