ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅଚଳ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ହେବ
ମୁଖୀଗୁଡା, ୧ ନଭେମ୍ବର (ହି.ସ.)- ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଶକ୍ତିଗୃହ, ଓଏଚପିସି କାର୍ଯ୍ୟାଳୟ ଏବଂ କଲୋନିକୁ ବିଦ୍ୟୁଟ ସଂଯୋଗ କରୁଥିବା ଏକ ୨୦ କେଭି ଟ୍ରାନ୍ସଫର୍ମର କୌଣସି କାରଣରୁ ଅଚଳ ହୋଇ ପଡ଼ିଥିବାରୁ ଗତ ବୁଧବାର ରାତି ୯ଟା ପର ଠାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିଲା । ବିଭାଗୀୟ
ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅଚଳ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ହେବ


ମୁଖୀଗୁଡା, ୧ ନଭେମ୍ବର (ହି.ସ.)- ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଶକ୍ତିଗୃହ, ଓଏଚପିସି କାର୍ଯ୍ୟାଳୟ ଏବଂ କଲୋନିକୁ ବିଦ୍ୟୁଟ ସଂଯୋଗ କରୁଥିବା ଏକ ୨୦ କେଭି ଟ୍ରାନ୍ସଫର୍ମର କୌଣସି କାରଣରୁ ଅଚଳ ହୋଇ ପଡ଼ିଥିବାରୁ ଗତ ବୁଧବାର ରାତି ୯ଟା ପର ଠାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିଲା । ବିଭାଗୀୟ କର୍ମଚାରୀଙ୍କ ବହୁ ଚେଷ୍ଟା ପରେ ମଧ୍ୟ ତ୍ରୁଟି ଜଣାପଡିନଥିଲା । ପରେ ଜଣାପଡିଲା ଯେ ଟ୍ରାନ୍ସଫର୍ମର କୌଣସି କାରଣ ଯୋଗୁ ଅଚଳ ହୋଇ ପଡ଼ିଥିଲା । ଓଏଚପିସି କଲୋନୀକୁ ଜେନେରେଟର ଲଗାଇ ପାଣି ଯୋଗା ଯାଇଥିଲା । ବହୁ ବର୍ଷର ପୁରୁଣା ଟ୍ରାନ୍ସଫର୍ମରକୁ ପ୍ରତିବର୍ଷ ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ହଠାତ ଖରାପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଟ୍ରାନ୍ସଫର୍ମର ଅଚଳ ପାଇଁ ଇନ୍ଦ୍ରାବତୀ ଶକ୍ତି କେନ୍ଦ୍ରର କାର୍ଯ୍ୟାଳୟ ପାଇଁ କୌଣସି ଅସୁବିଧା ହୋଇନଥିବା ବେଳେ ବିଦ୍ୟୁତ ଉତ୍ପାଦନ ସ୍ଵାଭାବିକ ଥିଲା । କଲୋନୀରେ ରହୁଥିବା କର୍ମଚାରୀଙ୍କ ପରିବାର ୪୮ଘଣ୍ଟା ଅନ୍ଧାରରେ ରହିଥିବା ବେଳେ ବିକଳ୍ପ ବିଦ୍ୟୁତ ସଂଯୋଗ କରାଯାଇଥିବା ଓଏଚପିସି ବରିଷ୍ଠ ମହା ପ୍ରବନ୍ଧକ ସତ୍ୟବ୍ରତ ମହାନ୍ତି କହିଛନ୍ତି। ଖୁବ ଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ତେବେ ଓଏଚପିସି କଲୋନିରେ ରହୁଥିବା ବିଭାଗିୟ କର୍ମଚାରୀଙ୍କ ପାଇଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ସିନା ହେବ କିନ୍ତୁ ବେଆଇନ ଭାବେ ଓଏଚପିସିର ପରିତ୍ୟକ୍ତ କ୍ବlଟରରେ ରହୁଥିବା ଲୋକମାନେ ଏବେ କେଉଁଠୁ ବିଦ୍ୟୁତ ସଂଯୋଗ ପାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି । ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ବିଜୁଳିରେ ଅନ୍ୟମାନେ ଆଲୋକରେ ରହିଥିବା ସମୟରେ କର୍ମଚାରୀଙ୍କ ପରିବାର ୪୮ଘଣ୍ଟା ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande